26.1 C
Bhubaneswar
Saturday, October 19, 2024
Homeଓଡିଶା୪୦ଡିଗ୍ରୀ ଉପରେ ରାଜ୍ୟର ୨୮ ସହର

୪୦ଡିଗ୍ରୀ ଉପରେ ରାଜ୍ୟର ୨୮ ସହର

ଭୁବନେଶ୍ୱର: ଗତ ୩ଦିନ ହେବ ରାଜ୍ୟରେ ତାପମାତ୍ରା ଉପରମୁହାଁ ହୋଇଥିବାରୁ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଆଜି ରାଜ୍ୟର ୨୮ଟି ସହରର ତାପାମାତ୍ରା ୪୦ଂ ଉପରେ ରହିଥିଲା । ତେବେ ୪୩.୯ଂ ସହ ବୌଦ୍ଧ ସବୁଠାରୁ ଉତ୍ତପ୍ତ ସହର ହୋଇଛି । ସେହିପରି ରାଜ୍ୟର ଦ୍ୱିତୀୟ ସର୍ବାଧିକ ଉତ୍ତପ୍ତ ସହର ଭାବେ ଭୁବନେଶ୍ୱରରେ ତାପାମାତ୍ରା ୪୩.୨ଂ ରହିଥିବପୂର୍ବାହ୍ଣ ସାଢ଼େ ୧୧ଟାରେ ତାପମାତ୍ରା ୪୦.୨ଂ ରହିଥିବା ବେଳେ ଦିନ ସାଢ଼େ ୨ଟାରେ ୪୨.୬ଂ ରହିଥିଲା । ସେହିପରି ତୃତୀୟ ପର୍ଯ୍ୟାୟରେ ଦିନର ସର୍ବାଧିକ ତାପମାତ୍ରା ୪୩.୨ଂରେ ରହିଥିବା ରେକର୍ଡ କରାଯାଇଛି ।

ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଆଉ ୪୮ଘଣ୍ଟା ଗ୍ରୀଷ୍ମ ପ୍ରବାହ ଜାରି ରହିବ । ୨୧ତାରିଖ ଅର୍ଥାତ ଆସନ୍ତାକାଲି କେନ୍ଦୁଝର, ସୁନ୍ଦରଗଡ, ସମ୍ବଲପୁର, ବଲାଙ୍ଗୀର, ଦେବଗଡ, ଅନୁଗୁଳ, ସୋନପୁର ଏବଂ ବୌଦ୍ଧରେ ତାପମାତ୍ରା ଅଧିକ ରହିବାର ପୂର୍ବାନୁମାନ କରାଯାଇଛି । ସେହିପରି ୨୨ତାରିଖରେ ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁରର ଗୋଟିଏ ଦୁଇଟି ସ୍ଥାନରେ ପାରଦ ଅଧିକ ରହିବ ।

ତେବେ ୨୨ତାରିଖରୁ ୨୩ ତାରିଖ ସକାଳ ୮ଟା୩୦ ମଧ୍ୟରେ ରାଜ୍ୟର କିଛି ସହରରେ ବଷାଁ ସମ୍ଭାବନା ରହିଛି । ବିଶେଷକରି ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି, କେନ୍ଦୁଝର, ମୟୁରଭଞ୍ଜ, କଟକ, ନବରଙ୍ଗପୁର, ସୁନ୍ଦରଗଡ, ରାୟଗଡା ଏବଂ କୋରାପୁଟର କିଛି ସ୍ଥାନରେ ବର୍ଷା ହେବା ସହ ପବନର ବେଗ ଘଣ୍ଟା ପ୍ରତି ୩୦କିମି ରୁ ୪୦କିମି ମଧ୍ୟରେ ରହିବ । ୨୪ରେ ଉପକୂଳ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ବେଳେ ସୁନ୍ଦରଗଡ, ରାୟଗଡା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡିରେ ବିଜୁଳି ଘଡଘଡି ସହ ପବନର ବେଗ ଅଧିକ ରହିପାରେ ବୋଲି ପୂର୍ବାନୁମାନ କରାଯାଉଛି ।

୨୫ରେ ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ,ଗଜପତି, କଟକ, ଜଗତସିଂପୁର, କେନ୍ଦ୍ରାପଡା, ରାୟଗଡାରେ ମଧ୍ୟ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଆଜି ୪୦ଂ ଉପରେ ପାରଦ ରହିଥିବା ସହର ମଧ୍ୟରେ ବାଲେଶ୍ୱରରେ ତାପମାତ୍ରା ୪୧.୧ଂ ରେକର୍ଡ କରାଯାଇଛି । ସେହିପରି ଚାନ୍ଦବାଲିରେ ୪୧.୮ଂ, କଟକ ୪୨ଂ, ଭୁବନେଶ୍ୱର ୪୩.୨ଂ, ଅନୁଗୁଳ ୪୨.୧ଂ, ଝାରସୁଗୁଡା ୪୨.୮ଂ, କେନ୍ଦୁଝର ୪୧ଂ, ସମ୍ବଲପୁର ୪୧.୪ଂ, ସୁନ୍ଦରଗଡ ୪୧ଂ, ହୀରାକୁଦ ୪୦.୬ଂ, ତାଳଚେର ୪୩ଂ, ଭବାନୀପାଟଣା ୪୨ଂ, ବଲାଙ୍ଗୀର ୪୨ଂ, ଟିଟିଲାଗଡ ୪୧ଂ, ମାଲକାନଗିରି ୪୨.୬ଂ, ସୋନପୁର ୪୦.୬ଂ, ନୟାଗଡ ୪୧ଂ, ବୌଦ୍ଧ ୪୩.୯ଂ, ପାରଳାଖେମୁଣ୍ଡି ୪୦.୮ଂ, ଭଦ୍ରକ ୪୧ଂ, ଯାଜପୁର ୪୦.୮ଂ, ଢ଼େଙ୍କାନାଳ ୪୧.୯ଂ, ବରଗଡ ୪୧ଂ, ନୂଆପଡା ୪୨ଂ, ଖୋର୍ଦ୍ଧା ୪୧.୫ଂ, ଜଗତସିଂପୁର ୪୧.୬ଂ, କେନ୍ଦ୍ରାପଡା ୪୩ଂ ଏବଂ ରାଉରକେଲା ୪୧ଂ ରେକର୍ଡ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking