31.1 C
Bhubaneswar
Tuesday, June 25, 2024
Homeଦେଶ ବିଦେଶଜୁନରେ ୨୬ ଲୋକସଭାର ବାଚସ୍ପତି ନିର୍ବାଚନ

ଜୁନରେ ୨୬ ଲୋକସଭାର ବାଚସ୍ପତି ନିର୍ବାଚନ

ନୂଆଦିଲ୍ଲୀ : ୨୬ ଜୁନରେ ଲୋକସଭାର ବାଚସ୍ପତି ନିର୍ବାଚନ ହେବ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି । କିଏ ହେବେ ଲୋକସଭାର ବାଚସ୍ପତି । ମୋଦୀ ସରକାରର ତୃତୀୟ ପାଳିରେ ଏନଡିଏର କେଉଁ ଦଳ ପାଖରେ ବାଚସ୍ପତି ଆସନ ରହିବ, ଏନେଇ ଚର୍ଚ୍ଚା ଜାରି ରହିଛି । ଏହାରି ଭିତରେ ସାମ୍ନାକୁ ଆସିଛି ବାଚସ୍ପତି ନିର୍ବାଚନ ତାରିଖ । ୨୭ ତାରିଖରେ ପୂର୍ବାହ୍ଣ ୧୧ଟାରେ ସଂସଦକୁ ସମ୍ବୋଧନ କରିବେ ରାଷ୍ଟ୍ରପତି । ଏହା ପୂର୍ବରୁ ନବ ନିର୍ବାଚିତ ସାଂସଦ ମାନେ ଶପଥ ଗ୍ରହଣ କରିବେ । ୨୪ ଓ ୨୫ ତାରିଖରେ ପ୍ରୋଟେମ୍ ସ୍ପିକର ନିର୍ବାଚିତ ସାଂସଦଙ୍କୁ ଶପଥ ଗ୍ରହଣ କରାଇବେ । ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ବାଚସ୍ପତି ପଦକୁ ବିଜେପି ନିଜ ପାଖରେ ରଖିବାକୁ ନିଷ୍ପତ୍ତିନେଇଛି । ଅନ୍ୟପଟେ ଏନଡିଏର ସହଯୋଗୀ ଦଳ ଟିଡିପି ମଧ୍ୟ ଏହି ବାଚସ୍ପତି ଆସନ ଉପରେ ଆଖି ପକାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking