28.1 C
Bhubaneswar
Friday, October 18, 2024
Homeଓଡିଶାଏନ୍‌ଆଇଟିର ୨୪ ଛାତ୍ରଛାତ୍ରୀ ବାର୍ଷିକ ୫୦ ଲକ୍ଷରୁ ଅଧିକ ବେତନରେ ପାଇଲେ ଚାକିରି ଅଫର୍‌

ଏନ୍‌ଆଇଟିର ୨୪ ଛାତ୍ରଛାତ୍ରୀ ବାର୍ଷିକ ୫୦ ଲକ୍ଷରୁ ଅଧିକ ବେତନରେ ପାଇଲେ ଚାକିରି ଅଫର୍‌

ଭୁବନେଶ୍ୱର: ରାଉରକେଲାସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଏନ୍‌ଆଇଟି)କୁ ଚଳିତ ଶିକ୍ଷାବର୍ଷରେ କ୍ୟାମ୍ପସ ପ୍ଲେସମେଣ୍ଟରେ ସର୍ବାଧିକ ଚାକିରି ଅଫର ମିଳିଛି । କ୍ୟାମ୍ପସ ପ୍ଲେସମେଣ୍ଟ ପ୍ରକ୍ରିୟାରେ ଏନଆଇଟି ରାଉରକେଲାକୁ ୩୩୦ରୁ ଅଧିକ କମ୍ପାନିରୁ ମୋଟ ୧୫୩୪ଟି ଚାକିରି ଅଫର ମିଳିଛି । ଏହି କାରଣରୁ ବିଟେକ୍ ପାଠ୍ୟକ୍ରମର ୯୫% ରୁ ଅଧିକ ଛାତ୍ରଛାତ୍ରୀ ଚାକିରି ପାଇ ପାରିଛନ୍ତି । ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ, ଇଲେକ୍ଟ୍ରୋନିକ୍ସ ଆଣ୍ଡ୍ ଇନଷ୍ଟ୍ରୁମେଣ୍ଟେସନ୍ ଇଞ୍ଜିନିୟରିଂ ଏବଂ ସେରାମିକ୍ ଇଞ୍ଜିନିୟରିଂରେ ବିଟେକ୍ ଏବଂ ମାଇନିଂ ଇଞ୍ଜିନିୟରିଂ ଏବଂ ସେରାମିକ୍ ଇଞ୍ଜିନିୟରିଂରେ ଦ୍ୱୈତ ଡିଗ୍ରି ଭଳି ଶାଖାରେ ୧୦୦ ପ୍ରତିଶତ ପଞ୍ଜୀକୃତ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ମିଳିଛି । ପ୍ଲେସମେଣ୍ଟ ଅଭିଯାନ ସମୟରେ ୨୪ ଜଣ ଛାତ୍ରଛାତ୍ରୀ ବାର୍ଷିକ ୫୦ ଲକ୍ଷରୁ ଅଧିକ ଟଙ୍କାର ପ୍ୟାକେଜ୍‌ରେ ନିଯୁକ୍ତି ପାଇଛନ୍ତି । ସେହିପରି ୮ ଜଣ ଛାତ୍ରଛାତ୍ରୀଙ୍କୁ ୫୨.୮୯ ଲକ୍ଷ ଟଙ୍କାର ଏଲପିଏ ଅଫର ମିଳିଛି । ମାଇକ୍ରୋସଫ୍ଟ, ଆମାଜନ, ଏଡବ୍ଲ୍ୟୁଏସ, ହଟଷ୍ଟାର, ଏସଏପି ଲ୍ୟାବ୍‌ସ ଇତ୍ୟାଦି ଶ୍ରେଷ୍ଠ ନିଯୁକ୍ତିକାରୀ (ମୋଟ ନିଯୁକ୍ତିର ୩୧.୧%) ଭାବରେ ଉଭା ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking