28.1 C
Bhubaneswar
Wednesday, July 3, 2024
Homeଓଡିଶାପୁରୀରେ ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍

ପୁରୀରେ ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍

ପୁରୀ: ଆଉ ଦିନ କେଉଟା ପରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଏନେଇ ଚଳଚଞ୍ଚଳ ହୋଇପଡ଼ିଛି ପୁରୀ ସହର । ବଡ଼ ଦାଣ୍ତଠାରୁ ଆରମ୍ଭ କରି ରଥ ଖଳା ଯାଏଁ ସବୁଠି ଜାରି ରହିଛି ଜୋରଦାର ପ୍ରସ୍ତୁତି । ବଡ଼ ଦେଉଳରୁ ଭାଇ ବଳଭ୍ରଦ ଓ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ଭକ୍ତଙ୍କ ଗ୍ରହଣକୁ ଆସିବେ ଜଗତର ନାଥ ଜଗନ୍ନାଥ । ତେବେ ଏନେଇ ସବୁଠି ଉତ୍ସବର ମାହୋଲ । ତେବେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ଯ ରଥଯାତ୍ରା ସମୟରେ ଅବକାରୀ ବିଭାଗ  ପକ୍ଷରୁ ସହରର ସମସ୍ତ ମଦ ଦୋକାନକୁ ସିଲ୍ କରାଯିବ । ରଥଯାତ୍ରାର ଦିନକ ପୂର୍ବରୁ ଅର୍ଥାତ୍ ୧୮ ତାରିଖ ପୁରୀର ସମସ୍ତ ମଦ ଦୋକାନ ସିଲ୍ କରିବାକୁ ନିର୍ଦ୍ଦେଶ ରହିଛି ।

ସୂଚନା ଥାଉ କି, ପୁରୀ ଓ ଏହାର ଆଖପାଖ ଅଞ୍ଚଳର ପ୍ରାୟ ୧୮ଟି ଠିପି ବନ୍ଦ ଓ ୧୬ଟି ଟିଠି ଖୋଲା ମଦ ଦୋକାନକୁ ସିଲ୍ କରାଯିବ । ଶ୍ରୀଜିଉମାନଙ୍କ ରଥ ଗୁଣ୍ତିଚା ମନ୍ଦିରରେ ପହଁଞ୍ଚବା ପରେ ମଦ ଦୋକାନ ଖୋଲିବା ନେଇ ନିର୍ଦ୍ଦେଶ ରହିଛି । ସେହିପରି ବାହୁଡ଼ା ଯାତ୍ରା ଲାଗି ୨୬ ତାରିଖ ରାତିରୁ ସମସ୍ତ ମଦ ଦୋକାନ ବନ୍ଦ କରାଯାଇ ସୁନାବେଶ ପରଦିନ ଖୋଲାଯିବ । ଏହି ସମୟରେ ନିଶା ଓ ବେଆଇନ କାରବାର ଉପରେ ନଜର ରଖିବା ଲାଗି ବିଭାଗ ପକ୍ଷରୁ ଏକ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍  ଖୋଲାଯାଇଛି ।

ଏହି କଣ୍ଟ୍ରୋଲ୍ ରୁମ୍ ଟି ଆସନ୍ତା ୩୦ ତାରିଖ ଯାଏଁ ଖୋଲା ରହିବ । ଏହା ସହ ଜିଲ୍ଲା ଅବକାରୀ ଅଧୀକ୍ଷକଙ୍କ ନେତୃତ୍ବରେ ଗଠିତ ଦୁଇଟି ଟିମ୍ ସର୍ବଦା ପାଟ୍ରୋଲିଂ କରିବା ସହ ବେଆଇନ ମଦ, ଗଞ୍ଜେଇ, ବ୍ରାଉନସୁଗାରର କାରବାର ଉପରେ ନଜର ରଖିବେ । ୨ ଜଣ ଇନସପେକ୍ଟର, ୬ ଜଣ ଅବକାରୀ ସବଇନସପେକ୍ଟର, ୧୩ ଜଣ ଏଏସଆଇଓ ୨୯ ଜଣ କନେଷ୍ଟବଳଙ୍କୁ ନେଇ ଏହି ଟିମ୍ ଗଠନ କରାଯାଇଛି । ଦାୟିତ୍ବ ମିଳିଥିବା ସମସ୍ତ ଅଧିକାରୀ ଏହି କଣ୍ଟ୍ରୋଲ୍ ରୁମରେ  ୨୪ ଘଣ୍ଟିଆ ଡ୍ୟୁଟି କରିବେ । ବିଶେଷ କରି ରାତି ସମୟରେ ପୁରୀ ଜିଲ୍ଲାର ସମସ୍ତ ପ୍ରବେଶ ପଥ ଓ ରାସ୍ତାରେ ପାଟ୍ରୋଲିଂ ଜାରି ରହିବ ବୋଲି ଅବକାରୀ ଅଧୀକ୍ଷକ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking