18.1 C
Bhubaneswar
Monday, November 25, 2024
Homeଦେଶ ବିଦେଶକାର୍ଗିଲ ବିଜୟର ୨୩ ବର୍ଷ ପୂର୍ତ୍ତି: ସହିଦଙ୍କୁ ବିଭିନ୍ନ ମହଲରେ ଶ୍ରଦ୍ଧାଞ୍ଜଳି

କାର୍ଗିଲ ବିଜୟର ୨୩ ବର୍ଷ ପୂର୍ତ୍ତି: ସହିଦଙ୍କୁ ବିଭିନ୍ନ ମହଲରେ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ୧୯୯୯ରେ ପାକିସ୍ତାନ ବିପକ୍ଷ କାର୍ଗିଲ ଯୁଦ୍ଧରେ ଭାରତର ବିଜୟପ୍ରାପ୍ତିକୁ ୨୩ ବର୍ଷ ପୂରଣ ହୋଇଛି । ଏହି ପରିପ୍ରେକ୍ଷୀରେ ସରକାର ପ୍ରତିବର୍ଷ ଜୁଲାଇ ୨୬କୁ ‘ବିଜୟ ଦିବସ’ ଭାବେ ପାଳନ କରିଆସୁଛନ୍ତି । ଏହି ଅବସରରେ ନବନିର୍ବାଚିତ ରାଷ୍ଟ୍ରପତି ତଥା ତିନି ବାହିନୀର ସୁପ୍ରିମ କମାଣ୍ଡର ଦ୍ରୌପଦୀ ମୁର୍ମୁ କହିଛନ୍ତିି ଯେ ଦେଶପାଇଁ ଜୀବନ ଦେଇଥିବା କାର୍ଗିଲ ସହିଦଙ୍କ ବୀରତ୍ୱକୁ ଦେଶବାସୀ ସବୁଦିନ ମନେ ରଖିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାର୍ଗିଲ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି ଯେ ଜନ୍ମଭୂମିର ରକ୍ଷା ପାଇଁ ପ୍ରାଣବଳି ଦେଇଥିବା ସହିଦଙ୍କ ପାଇଁ ଦେଶ ଆଜି ଗର୍ବିତ । ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ନୂଆଦିଲ୍ଲୀସ୍ଥ ନ୍ୟାସନାଲ ୱାର୍ ମୋମୋରିଆଲ ପରିଦର୍ଶନ କରି କାର୍ଗିଲ ଯୁଦ୍ଧରେ ସହିଦ ହୋଇଥିବା ଯୋଦ୍ଧାଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ରାଜନାଥଙ୍କ ବ୍ୟତୀତ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ, ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ବିବେକରାମ ଚୌଧୁରୀ ଓ ନୌସେନା ମୁଖ୍ୟ ଆଡମିରାଲ ଆର.ହରିକୁମାର ମଧ୍ୟ ସେଠାରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିବା ଜଣାପଡିଛି । ସୂଚନାଯୋଗ୍ୟ ୧୯୯୯ରେ ପାକିସ୍ତାନୀ ସେନା ନିୟନ୍ତ୍ରଣ ରେଖା ଅତିକ୍ରମ କରି ଜମ୍ମୁ-କଶ୍ମୀରର କାର୍ଗିଲ ଓ ତତ୍ ସଂଲଗ୍ନ କେତେକ ଘାଟିକୁ କବ୍‌ଜା କରିନେଇଥିଲା । ତେବେ ଭାରତୀୟ ସେନା ଦୃଢ କାର୍ଯ୍ୟାନୁଷ୍ଠାନ ଜରିଆରେ ପାକ୍ ସୈନ୍ୟଙ୍କୁ ହଟାଇ ଏହି ଘାଟିଗୁଡିକୁ ପୁଣି ନିଜ ନିୟନ୍ତ୍ରଣକୁ ନେଇଥିଲା । ଏହି ଯୁଦ୍ଧରେ ଭାରତର ୫୨୭ ଯବାନ ସହିଦ ହୋଇଥିବାବେଳେ ୧୩୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ । ଅପରପକ୍ଷରେ ପାକିସ୍ତାନ ୧୨୦୦ ସୈନ୍ୟଙ୍କୁ ହରାଇଥିବାବେଳେ ସହସ୍ରାଧିକ ଆହତ ହୋଇଥିଲେ । ସେହିଦିନଠାରୁ ଜୁଲାଇ ୨୬କୁ ‘ବିଜୟ ଦିବସ’ଭାବେ ପାଳନ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking