ଇରାନ: ତେହେରାନ୍ୟ ଇରାନ ସୁପ୍ରିମକୋର୍ଟ ସୋମବାର ୨୨ ହଜାର ନାଗରିକଙ୍କୁ ରାଜକ୍ଷମା ପ୍ରଦାନ କରିଛନ୍ତି । ଏମାନଙ୍କୁ ମିଶାଇ ଏପର୍ଯ୍ୟନ୍ତ ମୋଟ ୮୨ ହଜାର ଲୋକଙ୍କୁ ରାଜକ୍ଷମା ପ୍ରଦାନ କରାଯାଇଛି ବୋଲି ଇରାନୀୟ ନ୍ୟୁଜ୍ ଏଜେନ୍ସି ଇର୍ନା ପକ୍ଷରୁ କୁହାଯାଇଛିି । ହିଜାବ ପରିଧାନକୁ କେନ୍ଦ୍ରକରି ଗତବର୍ଷ ଇରାନ୍ରେ ବ୍ୟାପକ ଜନଅସନ୍ତୋଷ ଦେଖାଦେଇଥିଲା । ଫଳରେ ଲକ୍ଷାଧିକ ଲୋକ ରାଜରାସ୍ତାକୁ ଓହ୍ଲାଇ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏମାନଙ୍କ ମଧ୍ୟରୁ ସହସ୍ରାଧିକଙ୍କୁ ଗିରଫ କରାଯାଇଥିବାବେଳେ ଅନ୍ୟମାନଙ୍କ ବିରୋଧରେ ମାମଲା ବିଚାରାଧୀନ ରହିଛି ।