ଭୁବନେଶ୍ୱର: ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ସନ୍ଧ୍ୟା ସୁଦ୍ଧା ଖୋଲିବ ୨୨ଟି ଗେଟ । ଏବେ ୧୨ଟି ଗେଟ ଖୋଲାଯାଇଛି । ୧୨ଟି ଗେଟ ଦେଇ ୨ ଲକ୍ଷ ୧୦ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଛି । ଅପରାହ୍ମରେ ଆଉ ୧୦ଟି ଗେଟ ଖୋଲାଯିବ ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ସୂଚନା ଦେଇଛନ୍ତି । ୨୨ ଟି ଗେଟରେ ମୋଟ ସାଢେ ୩ ଲକ୍ଷ ୩୦ ହଜାର କ୍ୟୁସେକ ପାଣି ନିଷ୍କାସିତ ହେବ । ଖଇରମାଳରେ ଏବେ ୫ ଲକ୍ଷ ୨୭ ହଜାର କ୍ୟୁସେକ ପାଣି ପ୍ରବାହିତ ହେଉଥିବା ବେଳେ ହୀରାକୁଦ ପାଣି ଆସିଲେ ପ୍ରାୟ ସାଢେ ୭ ଲକ୍ଷ ପାଣି ପ୍ରବାହିତ ହେବ । ମୁଣ୍ଡଳାରେ କାଲି ଥିଲା ପିକ ପାଣି । ୮ ଲକ୍ଷ ୮୮ ହଜାର କ୍ୟୁସେକ ଜଳ ଗୁରୁବାର ସନ୍ଧ୍ୟାରେ ପ୍ରବାହିତ ହେଉଥିବା ବେଳେ ଏବେ ୮ ଲକ୍ଷ ୬୫ ହଜାର କ୍ୟୁସେକ ପାଣି ପ୍ରବାହିତ ହେଉଛି । ଶନିବାର ସକାଳେ ସାଢେ ୭ ଲକ୍ଷ କ୍ୟୁସେକରୁ ତଳକୁ ଖସିବ ମୁଣ୍ଡଳୀରେ ଜଳସ୍ତର । ଦୟା ନଦୀ ଓ କୁଶଭଦ୍ରା ନଦୀରେ ବନ୍ୟା ପାଣି ଆସିଛି । ମହାନଦୀ ବେସିନରେ କୌଣସି ଘାଇ ନାହିଁ । ବନ୍ୟା ଯୋଗୁଁ ବ୍ରାହ୍ମଣୀ , ଜଳକା ଏବଂ ସୁବର୍ଣ୍ଣରେଖାରେ ଜଳସ୍ତର କମୁଛି । ଏହି ସବୁ ନଦୀରେ ମୋ ଟ ୭ଟି ଘାଇ ହୋଇଛି । ମୁଖ୍ୟ ଯନ୍ତ୍ରୀଙ୍କୁ ତଥ୍ୟ ମଗାଯାଇଛି । ପାଣି କମିଲେ ଏହାର ମରାମତି କରାଯିବ ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।










