କଟକ: ସାଢେ଼ ଚାରି ବର୍ଷର ନାବାଳିକାକୁ ଦୁଷ୍କର୍ମ କରିବା ଘଟଣାରେ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ପାଇଁ ନିର୍ଦ୍ଦେଶ ଦେଲେ କଟକ ସ୍ବତନ୍ତ୍ର ପୋକ୍ସୋ କୋର୍ଟ। ଅଭିଯୁକ୍ତ ରତିକାନ୍ତ ଦାସ ଓରଫ କାଳିଆକୁ ୨୦ ବର୍ଷ ଦଣ୍ଡାଦେଶ ସହ ୧୦ ହଜାର ଟଙ୍କାର ଜରିମାନା ଦେବାପାଇଁ କୋର୍ଟଙ୍କ ନିର୍ଦ୍ଦେଶ। ଜରିମାନା ନଦେଲେ ଅନାଦେୟ ୬ ମାସ ଜେଲ ଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ। ଏହା ସହ ୭ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ପାଇଁ ନିର୍ଦ୍ଦେଶ। ୨୮ ଅଗଷ୍ଟ ୨୦୧୬ ମସିହା କଟକ ସଦର ଥାନା ଅଂଚଳରେ ଘଟିଥିଲା ଏହି ଘଟଣା। ନାବାଳିକା ଘରୁ ଅନ୍ୟ ଆଡେ ଯାଉଥିବା ସମୟରେ ଅଭିଯୁକ୍ତକୁ ତାକୁ ଟେକି ନେଇ ଦୁଷ୍କର୍ମ କରିଥିବା ନେଇ ପରିବାର ଲୋକ ଥାନାରେ ଏତଲା ଦେଇଥିଲେ। ପୋଲିସ ଏତଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତେବେ କୋର୍ଟ ୨୦ ଜଣ ସାକ୍ଷୀ ଓ ୨୬ ଟି ଡକ୍ୟୁମେଣ୍ଟ ଆଧାରରେ ଅଭିଯୁକ୍ତକୁ ଏହି ଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ସୂଚନା ଦେଲେ ପବ୍ଲିକ ପ୍ରୋସେକ୍ୟୁଟର ରମେଶ ମହାନ୍ତି।