18.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶ୫୦ ବର୍ଷରେ ୨୦ ନିର୍ବାଚନ ପରାଜୟ....

୫୦ ବର୍ଷରେ ୨୦ ନିର୍ବାଚନ ପରାଜୟ….

ଜୟପୁର: ଗତ ୫୦ ବର୍ଷ ମଧ୍ୟରେ ୨୦ ଥର ନିର୍ବାଚନ ଲଢ଼ି ଜମାନତ ହରାଇଥିବା ରାଜସ୍ଥାନର ଜଣେ ୭୮ ବର୍ଷୀୟ ମନେରଗା ଶ୍ରମିକ ତୀତର ସିଂହ ନିରାଶ ନହୋଇ ନଭେମ୍ବର ୨୫ରେ ହେବାକୁ ଥିବା ରାଜ୍ୟ ବିଧାନସଭା ନିର୍ବାଚନରେ ଅବତୀର୍ଣ୍ଣ ହୋଇଛନ୍ତି । ଚଳିତ ନିର୍ବାଚନରେ ସେ କରନପୁର ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରାର୍ଥିପତ୍ର ଭରିଛନ୍ତି । ୨୦ଟି ନିର୍ବାଚନରେ ହାରିବା ପରେ କାହିଁକି ଲଢ଼େଇ କରୁଛନ୍ତି ପ୍ରଶ୍ନର ଉତ୍ତରରେ ତୀତର୍ ସିଂହ କହିଛନ୍ତି, ଲୋକପ୍ରିୟତା ବା ରେକର୍ଡ ପାଇଁ ନିର୍ବାଚନ ଲଢ଼ୁନାହିଁ । ଏହା ଅଧିକାର ହାସଲ ପାଇଁ ଏକ ଅସ୍ତ୍ର ବୋଲି ସେ କହିଛନ୍ତି ।

ଗତ ୫୦ ବର୍ଷ ମଧ୍ୟରେ ସେ ପଞ୍ଚାୟତରୁ ଲୋକସଭା ପର୍ଯ୍ୟନ୍ତ ପ୍ରତ୍ୟେକ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ବେଳେ ପ୍ରତ୍ୟେକ ଥର ପରାଜୟର ମୁହଁ ଦେଖିଛନ୍ତି । ତେବେ ଏଥର ମଧ୍ୟ ସେ ଲଢ଼େଇ ପାଇଁ ପ୍ରସ୍ତୁତ ବୋଲି କହିଛନ୍ତି । ‘ଏଫ୍ ୨୫’ ଗ୍ରାମର ବାସିନ୍ଦା ଦଳିତ ସମ୍ପ୍ରଦାୟର ଶ୍ରୀ ସିଂହ କହିଛନ୍ତି, କେନାଲ କମାଣ୍ଡ ଅଞ୍ଚଳରେ ତାଙ୍କ ଭଳି ଲୋକ ଜମି ଆବଣ୍ଟନରୁ ବଞ୍ଚିତ ହେଉଥିବା ଅନୁଭବ କରିବା ପରେ ୧୯୭୦ ପ୍ରଥମ ଥର ନିର୍ବାଚନ ଲଢ଼ିକାବୁ ନିଷ୍ପତ୍ତି ନେଇଥିଲେ ।

ତାଙ୍କ ଦାବି ଥିଲା ସରକାର ଭୂମିହୀନ ଓ ଗରିବ ଶ୍ରମିକଙ୍କ ଜମି ଆବଣ୍ଟନ କରନ୍ତୁ ଏବଂ ଏହା ସହିତ ସେ ପ୍ରତ୍ୟେକ ଥର ସୁଯୋଗ ପାଇବା ମାତ୍ରେ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଥିଲେ । ସେ ଅଭିଯୋଗ କରିଛନ୍ତି ଯେ ଗୋଟିଏ ପରେ ଗୋଟିଏ ନିର୍ବାଚନ ଲଢ଼ିଥିଲେ ମଧ୍ୟ ତାଙ୍କ ଦାବି ଏପର୍ଯ୍ୟନ୍ତ ପୂରଣ ହୋଇନାହିଁ ଏବଂ ତାଙ୍କ ପୁଅମାନେ ଏବେ ବି ଦିନମଜୁରିଆ ଭାବେ କାମ କରୁଛନ୍ତି । ଶ୍ରୀ ସିଂଙ୍କ୍ର ଦୁଇ ପୁଅ, ଏବଂ ତିନୋଟି ଝିଅ ଥିବାବେଳେ ନାତି ନାତୁଣୀମାନେ ବିବାହ କରିସାରିଛନ୍ତି । ଅନ୍ୟପକ୍ଷରେ ଜମାପୁଞ୍ଜି ଭାବେ ତାଙ୍କ ନିକଟରେ ୨୫୦୦ ନଗଦ ଟଙ୍କା ଥିବାବେଳେ ଜମି, ସମ୍ପତ୍ତି କିମ୍ବା ଗାଡ଼ି ମୋଟର ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking