18.1 C
Bhubaneswar
Thursday, November 28, 2024
Homeଓଡିଶାକାର୍ଯ୍ୟକର୍ତ୍ତା, ପର୍ଯ୍ୟବେକ୍ଷକ, ସାଂସଦ, ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପତ୍ର : ୨ରୁ ବିଜେଡିର ମାସେବ୍ୟାପୀ ପଦଯାତ୍ରା

କାର୍ଯ୍ୟକର୍ତ୍ତା, ପର୍ଯ୍ୟବେକ୍ଷକ, ସାଂସଦ, ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପତ୍ର : ୨ରୁ ବିଜେଡିର ମାସେବ୍ୟାପୀ ପଦଯାତ୍ରା

ଭୁବନେଶ୍ୱର: ପ୍ରତିବର୍ଷ ପରି ଚଳିତବର୍ଷ ବିଜୁ ଜନତାଦଳ ସାରା ରାଜ୍ୟରେ ଜନସମ୍ପର୍କ ପଦଯାତ୍ରା କରିବ । ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ଏହା ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଏକମାସ ବ୍ୟାପୀ ଚାଲିବ । ଏନେଇ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର କାର୍ଯ୍ୟକର୍ତ୍ତା, ପର୍ଯ୍ୟବେକ୍ଷକ, ସାଂସଦ ଓ ବିଧାୟକଙ୍କୁ ପତ୍ରଲେଖି ଯାତ୍ରା ସଫଳ କରିବାକୁ ଅନୁରୋଧ କରିଛନ୍ତି । ଜିଲ୍ଲାରୁ ୱାର୍ଡସ୍ତର ପର୍ଯ୍ୟନ୍ତ ପଦଯାତ୍ରା ଆୟୋଜନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ନଭେମ୍ବର ୨ତାରିଖ ଶେଷଦିନରେ ପ୍ରତ୍ୟେକ ଜିଲ୍ଲାସ୍ତରରେ ଦଳୀୟ କର୍ମକର୍ତ୍ତା ଓ କର୍ମୀମାନେ ଏକଜୁଟ ହୋଇ ଏକମାସ ବ୍ୟାପୀ ପଦଯାତ୍ରାର ସମାପ୍ତି ଘୋଷଣା ସହ ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ ନିରନ୍ତର ଉତ୍ସର୍ଗୀକୃତ ମନୋଭାବ ନେଇ କାର୍ଯ୍ୟ କରିବା ନିମନ୍ତେ ‘ସମୂହ ଶପଥ’ ପାଠ ଅନୁଷ୍ଠିତ ହେବ ବୋଲି ଶ୍ରୀ ପଟ୍ଟନାୟକ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି । ଏକମାସ ବ୍ୟାପୀ ଜନସମ୍ପର୍କ ପଦଯାତ୍ରାକୁ ଜିଲ୍ଲାସ୍ତରରୁ ଆରମ୍ଭ କରି ନିର୍ବାଚନମଣ୍ଡଳୀ, ନଗର, ପଂଚାୟତ ଓ ୱାର୍ଡ ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ତରରେ ଆୟୋଜନ କରାଯିବ ।

ପଦଯାତ୍ରା ସମୟରେ ଅକ୍ଟୋବର ୨ରେ ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ, ଅକ୍ଟୋବର ୯ରେ ଉତ୍କଳମଣି ଗୋପବନ୍ଧୁ ଜୟନ୍ତୀ ଓ ଅକ୍ଟୋବର ୧୧ରେ ଜୟପ୍ରକାଶ ଜୟନ୍ତୀ ପାଳନ କରାଯିବାକୁ ଶ୍ରୀ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଦଳର ଜନସମ୍ପର୍କ ପଦଯାତ୍ରାକୁ ଓଡ଼ିଶାବାସୀଙ୍କ ସହ ପାଳିବାକୁ ପରାମର୍ଶ ଦେବା ସହ ଦଳର ମହିଳା, ଯୁବ, ଛାତ୍ର, କୃଷକ, ସଂଖ୍ୟାଲଘୁ, ଶ୍ରମିକ, ଦଳିତ, ଜନଜାତି, ସମବାୟ, ଆଇନ ତଥା ବିଜେଡିର ଅନ୍ୟାନ୍ୟ ପ୍ରମୁଖ ଦଳୀୟ ସଂଗଠନ ନିଜର ସମସ୍ତ କର୍ମକର୍ତ୍ତାଙ୍କ ସହ ବିଭିନ୍ନ ସ୍ତରରେ ଏହି ପଦଯାତ୍ରାରେ ଯୋଗଦେବେ ତଥା ବହୁ ସଂଖ୍ୟାରେ କର୍ମୀ ଯେଭଳି ସବୁ ସ୍ଥାନରେ ଯୋଗଦେବେ ତାହା ସୁନିଶ୍ଚିତ କରାଇବେ ।

ଜନସମ୍ପର୍କ ପଦଯାତ୍ରା ଅବସରରେ ପ୍ରତ୍ୟେକ ସ୍ଥାନରେ ମହାତ୍ମାଗାନ୍ଧୀ ଓ ବିଜୁବାବୁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯିବା ସହିତ ସେଇ ଅଞ୍ଚଳର ପ୍ରମୁଖ ସ୍ୱାଧୀନତାସଂଗ୍ରାମୀ ତଥା ବରପୁତ୍ରମାନଙ୍କ ପଟୋଚିତ୍ର କିମ୍ବା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଜନସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯିବ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପଦଯାତ୍ରା ସମୟରେ ବିଜେଡି ସରକାରଙ୍କ ସମସ୍ତ ଲୋକାଭିମୁଖୀ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଯିବ । ଏଥିସହ ରକ୍ତଦାନ, ବୃକ୍ଷରୋପଣ ଓ ଅନ୍ୟାନ୍ୟ ଜନକଲ୍ୟାଣକାରୀ କାର୍ଯ୍ୟ କରିବାକୁପଡ଼ିବ । ଏସମସ୍ତ କାର୍ଯ୍ୟ କିଭଳି ସୁଚାରୁରୂପେ ସଫଳତାର ସହ ପ୍ରତ୍ୟେକ ସ୍ତରରେ ସଂପନ୍ନ ହେବ ସେନେଇ ଦଳର ସମସ୍ତ କାର୍ଯ୍ୟକର୍ତ୍ତା, ସାଂସଦ, ବିଧାୟକ ଓ କର୍ମୀମାନେ ନଜର ଦେବା ସହ ନିଷ୍ଠାପର ଭାବେ କାର୍ଯ୍ୟକରିବାକୁ ହେବବୋଲି ସେ ପରାମର୍ଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking