27.8 C
Bhubaneswar
Friday, April 19, 2024
Homeଓଡିଶାଶୋଭାଯାତ୍ରା ବେଳେ ଉତ୍ତେଜନା : ଦୁଇଗୋଷ୍ଠୀ ମୁହାଁମୁହିଁ, ଠେଲାପେଲାରେ ୨ ପୁଲିସ କର୍ମଚାରୀ ଆହତ

ଶୋଭାଯାତ୍ରା ବେଳେ ଉତ୍ତେଜନା : ଦୁଇଗୋଷ୍ଠୀ ମୁହାଁମୁହିଁ, ଠେଲାପେଲାରେ ୨ ପୁଲିସ କର୍ମଚାରୀ ଆହତ

ଭଦ୍ରକର ପୁରୁଣା ବଜାରରେ ୧୪୪ ଧାରା ଜାରି
ଭଦ୍ରକ: ଭଦ୍ରକର ପୁରୁଣା ବଜାର ଅଞ୍ଚଳର ରାଜନୀତି ଏବେ ଉଷ୍ମ ହୋଇଛି । ଦୁଇଦିନ ତଳେ ୧୪ ନମ୍ବର ୱାର୍ଡର ସ୍ୱାଧୀନ କାଉନସିଲର ଯାଜପୁର ଜିଲ୍ଲାର ଧର୍ମଶାଳାଠାରେ ବିଜେଡିରେ ମିଶିବା ଖବର ପ୍ରଚାରିତ ହେବା ପରେ ପୁରୁଣାବଜାର ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ସଂପୃକ୍ତ କାଉନସିଲରଙ୍କର କୁଶପୁତ୍ତଳିକା ଦାହ କରାଯାଇଥିଲା । ସୋମବାର ଏଇ କାଉନ୍‌ସିଲରଙ୍କୁ ନେଇ ଏକ ଶୋଭଯାତ୍ରା ସହର ପରିକ୍ରମାରେ ବାହାରିଥିଲା । ଶୋଭାଯାତ୍ରା ଆରମ୍ଭ ପରେ ପରେ ଆରମ୍ଭ ହୋଇଯାଇଥିଲା ଦୁଇଗୋଷ୍ଠୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି । କେହି କାହାକୁ ଛାଡ଼ିବାର ନଥିଲେ । ଶୋଭାଯାତ୍ରାରେ ଯାଉଥିବା କାଉନ୍‌ସିଲର ଓ ତାଙ୍କ ସମର୍ଥକକୁ ଅନ୍ୟ ଗୋଷ୍ଠୀ ବିରୋଧକରିଥିଲେ । ବିରୋଧ କରୁଥିବା ଗ୍ରାମବାସୀଙ୍କ ଦାବି- ଆମେ ସ୍ୱାଧୀନରେ ତମକୁ ଭୋଟ୍ ଦେଇ ଜିତାଇଲୁ ।

କିନ୍ତୁ ତୂମେ ଆମକୁ ନଜଣାଇ ବିଜେଡିରେ ମିଶିଲ କାହିଁକି । ଏଭଳି ପ୍ରତିବାଦ କରି ଆଜି ପୁରୁଣାବଜାର ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବାବେଳେ ଠେଲା ପେଲା ,ମାଡ଼ପିଟ ହୋଇଥିଲା । ଟେକା ପଥର ଏପରିକି ଭଙ୍ଗା କାଚ ବୋତଲ ଫିଙ୍ଗା ଫିଙ୍ଗି ହୋଇଥିବା ଖବର ମିଳିଛି । ଘଟଣାରେ ଦୁଇ ପୁଲିସ କର୍ମଚାରୀ ଆହତ ହୋଇଥିବା ବେଳେ ଗଣ୍ଡଗୋଳକାରୀଙ୍କ ମଧ୍ୟରୁ ମଧ୍ୟ କିଛି ଲୋକ ଆହତ ହୋଇଛନ୍ତି। ପୁଲିସର ଉପସ୍ଥିତିରେ ଶୋଭଯାତ୍ରା ଚାଲିଥିବା ବେଳେ ଏଭଳି ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ବିବାଦ ଏତେ ଉଗ୍ର ହୋଇଥିଲା ଯେ ପୁଲିସକୁ ମଧ୍ୟ ଲାଠିଚାର୍ଜ କରିବାକୁ ପଡ଼ିଥିଲା । ତଥାପି ବିରୋଧକାରୀ ଛତ୍ରଭଙ୍ଗ ଦେଇ ନଥିଲେ । ପରିସ୍ଥିତି ଅଧିକଜଟିଳ ହେବାରୁ ଭଦ୍ରକ ଉପଜିଲ୍ଲାପାଳ ମନୋଜ ପାତ୍ର ପୁରୁଣାବଜାର ଅଞ୍ଚଳରେ ୧୪୪ ଧାରା ଜାରି କରିଛନ୍ତି ।

ସୋମବାର ସଂଧ୍ୟା ସାଢ଼େ ସାତଟାରୁ ମଙ୍ଗଳବାର ସକାଳ ୮ ଟା ପର୍ଯ୍ୟନ୍ତ ୧୪୪ ଧାରା ବଳ ବତ୍ତର ରହିବ ବୋଲି ଘୋଷଣା କରାଯାଇଛି। ପୁରୁଣାବଜାର ଅଞ୍ଚଳରେ ୧୪୪ ଧାରା ଜାରି କରାଯିବା ପରେ ସହରର ଦୋକାନ ବଜାର ବନ୍ଦ ହୋଇଯାଇଛି । ଏଇ ଅଞ୍ଚଳରେଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ୩ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି । ବିଭିନ୍ନ ଛକ ସ୍ଥାନରେ ପୁଲିସ ପଇଁତରା ମାରୁଛି । ବରିଷ୍ଠ ପୁଲିସ ଅଧିକାରୀ ଓ ପ୍ରଶାସନିକସ୍ତରରେ ପୁରୁଣାବଜାର ଅଞ୍ଚଳ ନେଇ ରୁଦ୍ଧଦ୍ୱାର ବୈଠକ ଚାଲିଛି । ସାରା ଅଞ୍ଚଳରେ ପୁଲିସ ଛାଉଣି ହୋଇଥିଲେ ମଧ୍ୟ ଭିତରେ କିନ୍ତୁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ଲୋକଙ୍କ ଭିତରେ ଥିବା ଉତ୍ତେଜନା କେଉଁ ପରିସ୍ଥିତି ସୃଷ୍ଟିକରିବ ତାହା କହି ହେଉନାହିଁ । ସେଥିପାଇଁ ବରିଷ୍ଠ ପୁଲିସ ଅଧିକାରୀମାନେ ତୀକ୍ଷ୍ମଣ ନଜର ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking