28.1 C
Bhubaneswar
Wednesday, July 23, 2025
Homeଓଡିଶାଜନ୍ମନେଲେ ୨ ବାଘ ଶାବକ

ଜନ୍ମନେଲେ ୨ ବାଘ ଶାବକ

ବାରଙ୍ଗ: ନନ୍ଦନକାନନରେ ଜନ୍ମନେଲେ ୨ ବାଘ ଶାବକ । ବାଘୁଣୀ ମୌସୁମୀ ଜନ୍ମ ଦେଲା ୨ ଶାବକ । ନନ୍ଦନକାନନରେ ବାଘ ସଂଖ୍ୟା ୨୯କୁ ବୃଦ୍ଧି ହୋଇଛି । ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଧଳା ରଙ୍ଗର ବାଘୁଣୀ ମୌସୁମୀର ୨ ଶାବକ ଜନ୍ମ ନେଇଛନ୍ତି। ଗତ ରାତିରେ ଜନ୍ମ ନେଇଥିବା ସୂଚ଼ନା ଦେଇଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ | ଶାବକ ୨ଟି ୨୮ ନମ୍ବର ବି ଖୁଆଡ ମଧ୍ୟରେ ରାତି ୯ଟା ୧୫ ମିନିଟ ଓ ୧୧ଟା ୩ ମିନିଟରେ ଯଥାକ୍ରମ ଜନ୍ମ ନେଇଥିବା ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ସାଧାରଣ ନାଲି ରଙ୍ଗର ମହାବଳ ରାଜେଶ ମିଳନରୁ ଜନ୍ମ ନେଇଛନ୍ତି।  ଗତ ଫେବୃଆରୀ ୨୭ ଓ ୨୮ରେ ଉଭୟ ବାଘ ଓ ବାଘୁଣୀଙ୍କର ମିଳନ ହୋଇଥିଲା।

ମୌସୁମୀ ଗତ ୨୦୧୬ ମସିହା ଅଗଷ୍ଟ ୫ ତାରିଖରେ ସାଧାରଣ ନାଲି ରଙ୍ଗର ମହାବଳ ମନିଷ ଓ ଧଳା ରଙ୍ଗର ବାଘୁଣୀ ସ୍ନେହାଙ୍କ ମିଳନରୁ ଜନ୍ମ ନେଇ ଥିଲା। ରାଜେଶ ଗତ ୨୦୧୮ ସେପ୍ଟେମ୍ବର ୨୨ ତାରିଖରେ ସାଧାରଣ ରଙ୍ଗର ମହାବଳ ରୋସନ ଓ ଧଳା ରଙ୍ଗର ବାଘୁଣୀ ବିଜୟାଙ୍କ ମିଳନରୁ ଜନ୍ମ ନେଇ ଥିଲା। ଏବେ ଶାବକ ଦୁଇଟି ଜନ୍ମ ନେବାରୁ ମୋଟ ସଂଖ୍ୟା ୨୯କୁ ବୃଦ୍ଧି ହୋଇଛିି। ଏହାରି ମଧ୍ୟରେ ଲିଙ୍ଗ ଚିହ୍ନଟ ହୋଇନଥିବା ୨ ଶାବକ, ୧୭ ମହାବଳ ବାଘ ଓ ୧୦ ବାଘୁଣୀ ଅଛନ୍ତିି। ୬ଟି ଧଳା ବାଘଙ୍କ ମଧ୍ୟରେ ୩ଟି ମହାବଳ,୨ଟି ବାଘୁଣୀ ଓ ଗୋଟିଏ ଲିଙ୍ଗ ଚିହ୍ନଟ ହୋଇନଥିବଅଛନ୍ତି। ଏଥିସହିତ ୪ଟି ବିରଳ କଳାରଙ୍ଗର ବାଘଙ୍କ ମଧ୍ୟରେ ୩ଟି  ମହାବଳ ଓ ଗୋଟିଏ ବାଘୁଣୀ ଅଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking