ଭୁବନେଶ୍ୱର: ରାଜ୍ୟରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ +୨ ସ୍ପଟ୍ ନାମଲେଖା ପାଇଁ ଶନିବାର ଚୂଡ଼ାନ୍ତ ମେଧା ତାଲିକା ପ୍ରକାଶ ପାଇଛି । ସ୍ପଟ୍ ନାମଲେଖା ଶନିବାର ଅପରାହ୍ନ ୧୨ଟାରୁ ଆରମ୍ଭ ହୋଇଥିବା ବେଳେ ଏହା ୨୦ ତାରିଖ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ । ପ୍ରଥମ ଦିନରେ ୬୮୫ ଜଣ ନାମ ଲେଖାଇଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ, ରାଜ୍ୟରେ ୨,୦୬୫ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ୨ ପାଇଁ ୫,୦୭,୮୨୨ ସିଟ୍ ରହିଛି । ସେଥିମଧ୍ୟରୁ ଦୁଇଟି ପର୍ଯ୍ୟାୟରେ ୩,୬୫,୨୩୫ ସିଟ୍ରେ ନାମଲେଖା ଶେଷ ହୋଇଛି । ୧,୪୨,୫୮୭ ସିଟ୍ ଲାଗି ଶନିବାର ସ୍ପଟ ନାମଲେଖା ଆରମ୍ଭ ହୋଇଛି । ଏଥିମଧ୍ୟରେ କଳାରେ ୪୬,୫୧୨ ସିଟ୍ ଖାଲି ପଡ଼ିଥିବା ବେଳେ, ବିଜ୍ଞାନରେ ୫୯,୩୭୧, ବାଣିଜ୍ୟରେ ୨୩,୨୯୯, ସଂସ୍କୃତରେ ୭,୩୭୩ ଏବଂ ଧନ୍ଦାମୂଳକ ଶିକ୍ଷାରେ ୬,୦୩୨ ସିଟ୍ ଖାଲି ପଡ଼ିଛି ।