ଢେଙ୍କାନାଳ : ମହୁମାଛି ଆକ୍ରମଣରେ ୨ ଗୁରୁତର ଆହତ। କେନ୍ଦୁଝର ଜିଲ୍ଲା କାଳିଆହତା ଗ୍ରାମର ମାଟା ମୁଣ୍ଡା ଓ ରିତେଶ ନାୟକ ମହୁମାଛି ଆକ୍ରମଣରେ ଗୁରୁତର ହୋଇଛନ୍ତି। ସେମାନଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି।
ସୂଚନା ମୁତାବକ, କାଳିଆହତା ଗ୍ରାମର ମାଟା ମୁଣ୍ଡା ଓ ରିତେଶ ନାୟକ ରବିବାର ସକାଳ ସମୟରେ ଗାଁ ପାଖ ପୋଖରୀକୁ ଶୌଚ ହେବା ପାଇଁ ଯାଇଥିଲେ। ସକାଳେ ଅତ୍ୟଧିକ ଥଣ୍ଡା କାରଣରୁ ଏକ ଗଛତଳେ ନିଆଁ ଲଗାଇଥିଲେ। ସେହି ଗଛରେ ମହୁମାଛି ଥିଲେ। ତେଣୁ ମହୁମାଛି ଆକ୍ରମଣ କରିଥିଲେ। ମହୁମାଛି ଆକ୍ରମଣରେ ସେମାନେ ଗୁରୁତର ଅବସ୍ଥାରେ ଦୌଡ଼ି ପଳାଇ କିଛି ଦୂରରେ ଅଚେତ ଅବସ୍ଥାରେ ଖସି ପଡ଼ିଥିଲେ। ସ୍ଥାନୀୟ ଲୋକ ଦେଖିବା ପରେ ୧ଠ୮ ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଛନ୍ତି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସୁସ୍ଥ ଥିବା ଜଣାପଡ଼ିଛି।