20.1 C
Bhubaneswar
Wednesday, January 8, 2025
Homeଓଡିଶାସେପ୍ଟେମ୍ବର ୬ରୁ ଆରମ୍ଭ ହେବ +୨ ଦ୍ୱିତୀୟ ପର୍ଯ୍ୟାୟ ଆବେଦନ ପ୍ରକ୍ରିୟା

ସେପ୍ଟେମ୍ବର ୬ରୁ ଆରମ୍ଭ ହେବ +୨ ଦ୍ୱିତୀୟ ପର୍ଯ୍ୟାୟ ଆବେଦନ ପ୍ରକ୍ରିୟା

ଭୁବନେଶ୍ୱର: ରାଜ୍ୟରେ ଉଚ୍ଚ ମାଧ୍ୟମିକ ସ୍କୁଲଗୁଡ଼ିକରେ ନାମଲେଖା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଆବେଦନ ପ୍ରକ୍ରିୟା ଆସନ୍ତା ୬ତାରିଖରୁ ଆରମ୍ଭ ହେବ । ଏ ନେଇ ଶୁକ୍ରବାର ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସେପ୍ଟେମ୍ବର ୬ତାରିଖରୁ ୧୩ତାରିଖ ମଧ୍ୟରେ ଆଶାୟୀ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ । ୨୦ତାରିଖରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ । ୨୧ ରୁ ୨୪ ତାରିଖ ମଧ୍ୟରେ ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନରେ ନାମଲେଖାଇବେ ।

ସେହିପରି ଚୟନ ହୋଇ ନଥିବା ଛାତ୍ରଛାତ୍ରୀମାନେ ୨୬ ଓ ୨୭ତାରିଖରେ ନୂତନ ଶିକ୍ଷାନୁଷ୍ଠାନକୁ ଚଏସ ଲକିଂ କରିପାରିବେ । ପ୍ରଥମ ମେଧା ତାଲିକା ପରେ ସିଧାସଳଖ ଅକ୍ଟୋବର ୩ତାରିଖରେ ସ୍ପଟ ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇବ । ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ୪ ଓ ୫ ତାରିଖରେ ନାମଲେଖାଇ ପାରିବେ । ସମସ୍ତ ଛାତ୍ରଛାତ୍ରୀ ଦ୍ୱିତୀୟ ପର୍ଯ୍ୟାୟରେ ଆବେଦନ କରିପାରିବେ । ପ୍ରଥମ ପର୍ଯ୍ୟାୟରେ ଆବେଦନ କରିଥିବା ଏବଂ କୌଣସି କଲେଜରେ ନାମଲେଖା ପାଇଁ ଚୟନ ହୋଇ ନ ଥିବା ଛାତ୍ରଛାତ୍ରୀଙ୍କୁ ଆବେଦନ ଫି’ ଦେବାକୁ ପଡ଼ିବ ନାହିଁ । ସେହିପରି ଏହି ପର୍ଯ୍ୟାୟରେ ସିଟ ସଂରକ୍ଷିତ ରହିବ ନାହିଁ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟ, ରାଜ୍ୟରେ ଥିବା ୨,୩୪୧ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମୋଟ ୫,୪୭,୯୯୩ଟି ସିଟ୍ ରହିଛି । ଶୁକ୍ରବାର ସନ୍ଧ୍ୟା ୮ଟା ସୁଦ୍ଧା ୩,୯୫,୬୮୫ ସିଟ୍ ପୂରଣ ହୋଇସାରିଥିବା ବେଳେ ଆହୁରି ୧,୫୨,୩୦୮ ସିଟ୍ ବଳକା ପଡ଼ିଛି । ତେବେ ପ୍ରଥମ ପର୍ଯ୍ୟାୟର ସ୍ପଟ ନାମଲେଖା ଏବେ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking