21.1 C
Bhubaneswar
Saturday, November 16, 2024
Homeଦେଶ ବିଦେଶପରିବାର ନିୟୋଜନ ପାଇଁ ଆଉ ୨ ଗର୍ଭ ନିରୋଧକ ପ୍ରଣାଳୀ

ପରିବାର ନିୟୋଜନ ପାଇଁ ଆଉ ୨ ଗର୍ଭ ନିରୋଧକ ପ୍ରଣାଳୀ

ଭୁବନେଶ୍ବର : ପରିବାର ନିୟୋଜନ ପ୍ରକ୍ରିୟାରେ ଆଉ ୨ ନୂଆ ପ୍ରଣାଳୀ ସାମିଲ ହୋଇଛି। ଏହି ଦୁଇ ପ୍ରଣାଳୀ ପାଇଁ ରାଜ୍ୟର ୨ଟି ଲେଖାଏ ଜିଲ୍ଲାକୁ ପାଇଲଟ ପ୍ରକଳ୍ପରେ ସାମିଲ କରାଯାଇଛି। ଏହାର ସଫଳତାକୁ ଦେଇ ଅନ୍ୟ ଜିଲ୍ଲାକୁ ସରକାର ବିଚାରକୁ ନେବେ। ଏଥିସହିତ ରାଜ୍ୟରେ ଏବେ ୧୦ ପ୍ରକାରର ଗର୍ଭ ନିରୋଧକ ପ୍ରଣାଳୀ ଉପଲବ୍ଧ ହୋଇଛି।
ଏହି ଦୁଇ ପ୍ରଣାଳୀ ଭିତରେ ରହିଛି ସବ୍ ଡରମାଲ୍ ଇମ୍ପ୍ଲାଣ୍ଟ ଓ ସବ କ୍ୟୁଟାନିୟମ ଇଞ୍ଜେକସନ୍ ଏମପିଏ (ଅନ୍ତରା)। ଗତକାଲି ଦିଲ୍ଲୀଠାରେ ଏ ସଂକ୍ରାନ୍ତୀୟ କର୍ମଶାଳା ଆୟୋଜିତ ହୋଇଥିଲା। ଦେଶର ୧୦ଟି ରାଜ୍ୟର ୪ଟି ଲେଖାଏ ଜିଲ୍ଲାରେ ଏହାକୁ ଆରମ୍ଭ କରାଯାଇଛି। ଗଞ୍ଜାମ ଓ କଟକ ଜିଲ୍ଲାରେ ସବ୍ ଡରମାଲ ଇମପ୍ଲାଣ୍ଟ୍ ଓ ବାଲେଶ୍ବର ଓ ଗଜପତି ଜିଲ୍ଲାରେ ସବକ୍ୟୁଟାନିୟମ ଇଞ୍ଜେକସନ୍ ଏମ୍ପିଏ (ଅନ୍ତରା) ଆରମ୍ଭ ହୋଇଛି। ସବ୍ ଡରମାଲ ଇମ୍ପ୍ଲାଣ୍ଟ୍ର ଅବଧି ୩ବର୍ଷ ଥିବା ବେଳେ ଅନ୍ତରା ଏସ୍ସିର ଅବଧି ୩ମାସ ରହିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଉପଖଣ୍ଡ ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର(ସିଏଚ୍ସି) ସ୍ତରରେ ଏହି ସୁବିଧା ଉପଲବ୍ଧ ହେବ।
ରାଜ୍ୟ ପରିବାର କଲ୍ୟାଣ ନିର୍ଦେଶକ ଡା.ବିଜୟ ପାଣିଗ୍ରାହୀ କହିଛନ୍ତି, ରାଜ୍ୟରେ ସମୁଦାୟ ପ୍ରଜନନ ହାର(ଟିଏଫ୍ଆର) ୧.୮ ରହିଛି। ଯାହାକୁ ବଜାୟ ରଖିବା ହେଉଛି ପ୍ରମୁଖ ଆହ୍ବାନ। ବିଦେଶରେ ଏହି ବ୍ୟବସ୍ଥା ବହୁ ପୂର୍ବରୁ ଆରମ୍ଭ ହୋଇସାରିଛି। ଏବେ ଭାରତରେ ଏହା ଆରମ୍ଭ ହୋଇଛି। ସବ୍ ଡରମାଲ୍ ଇମ୍ପ୍ଲାଣ୍ଟ୍ରେ ଚର୍ମ ତଳେ ଏକ ରଡ୍ ଇମପ୍ଲାଣ୍ଟ୍ କରାଯିବ। ସେହିପରି ସବକ୍ୟୁଟାନିୟମ ଇଞ୍ଜେକସନ୍ ମଧ୍ୟ ଚର୍ମ ତଳେ ଦିଆଯିବ। ଏଥିପାଇଁ ପ୍ରୋଗ୍ରାମ ଅଧିକାରୀମାନଙ୍କୁ ତାଲିମ ପ୍ରଦାନ କରାଯାଇଛି। ଅନ୍ୟମାନଙ୍କ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହେବ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଆବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯିବ। ଆଶା, ଅଙ୍ଗନବାଡ଼ି ଓ ଏଏନ୍ଏମ୍ମାନେ ଲୋକଙ୍କୁ ଏହି ପ୍ରଣାଳୀ ଆପଣାଇବାକୁ ପ୍ରୋତ୍ସାହିତ କରିବେ। ପରବର୍ତୀ ସମୟରେ କେନ୍ଦ୍ର ସରକାର ଅନ୍ୟ ଜିଲ୍ଲାକୁ ଏହାକୁ ଲାଗୁ କରିପାରି ପାରନ୍ତି ବୋଲି ଡା.ପାଣିଗ୍ରାହୀ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking