19.1 C
Bhubaneswar
Friday, January 10, 2025
Homeଓଡିଶା+୨ ପରୀକ୍ଷା ପ୍ରସ୍ତୁତି ପ୍ରସଙ୍ଗ: ୩୦ ସୁଦ୍ଧା ଭିତ୍ତିଭୂମି ରିପୋର୍ଟ ଦେବାକୁ ନିର୍ଦ୍ଦେଶ

+୨ ପରୀକ୍ଷା ପ୍ରସ୍ତୁତି ପ୍ରସଙ୍ଗ: ୩୦ ସୁଦ୍ଧା ଭିତ୍ତିଭୂମି ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ୨୦୨୩ ଯୁକ୍ତଦୁଇ ପରୀକ୍ଷା ଯେପରି ସଠିକ ଭାବେ ଶେଷ ହେବ ସେ ଦିଗରେ ଗୁରୁତ୍ୱ ଦେବାକୁ +୨ ପରିଷଦ ପକ୍ଷରୁ ମାନସମନ୍ଥନ ଆରମ୍ଭ ହୋଇଯାଇଛି । ଛାତ୍ରଛାତ୍ରୀଙ୍କୁ ସୁଯୋଗ ଦେବାକୁ ଆସନ୍ତା ୧୨ରୁ ୧୭ତାରିଖ ମଧ୍ୟରେ ଛାତ୍ରଛାତ୍ରୀମାନେ ଫର୍ମପୂରଣ କରିପାରିବେ । ତେବେ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷା ଏବଂ କରେସପଣ୍ଡେନ୍ସ କୋର୍ସର ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ଫର୍ମପୂରଣ ନିମନ୍ତେ ୪୫୦ଟଙ୍କା ଫାଇନ ଦେବାକୁ ପଡ଼ିବ ।

୨୧ରୁ ୨୨ତାରିଖ ମଧ୍ୟରେ ଛାତ୍ରଛାତ୍ରୀମାନେ ଆବଶ୍ୟକୀୟ ତଥ୍ୟ ଦାଖଲ କରିବେ । ଫମର୍ପୂରଣ ପାଇଁ ଏହା ଶେଷ ସୁଯୋଗ । ଆଗକୁ ଆଉ ଫମର୍ପୂରଣ ଅବଧି ବୃଦ୍ଧି କରାଯିବ ନାହିଁ ବୋଲି ସିଏଚ୍‌ଏସ୍‌ଇ ପକ୍ଷରୁ ଚେତାବନୀ ଦିଆଯାଇଛି । ୨୦୨୩ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷାର ପ୍ରାକ୍ଟିକାଲ ପରୀକ୍ଷା ଜାନୁୟାରୀ ମାସରେ କରାଯିବାର ଯୋଜନା ରହିଛି । ସେହିଭଳି ମାର୍ଚ୍ଚ ଦ୍ୱିତୀୟ ସପ୍ତାହ କିମ୍ବା ଏପ୍ରିଲ ପ୍ରଥମ ସପ୍ତାହରୁ ଥିଓରୀ ପରୀକ୍ଷା ଆରମ୍ଭ କରିବାକୁ ଯୋଜନା କରାଯାଇଛି । ରାଜ୍ୟରେ ୨,୦୬୫ଟି ଉଚ୍ଚ ମାଧ୍ୟମିକ ସ୍କୁଲ ଥିବା ବେଳେ ଚଳିତବର୍ଷ ପ୍ରାୟ ୧,୧୫୦ରୁ ୧,୨୦୦ ଉଚ୍ଚ ମାଧ୍ୟମିକ ସ୍କୁଲକୁ ପରୀକ୍ଷା କେନ୍ଦ୍ର ଭାବେ ଚୟନ କରିବାକୁ ନିଷ୍ପତ୍ତି ହୋଇଛି । +୨ ପରୀକ୍ଷା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

ପରୀକ୍ଷା ହଲ, ଲାବୋରେଟୋରୀ ଏବଂ ଷ୍ଟ୍ରଙ୍ଗରୁମ୍ ଆଦିରେ ପୂର୍ବରୁ ଲାଗିଥିବା ସିସିଟିଭି କ୍ୟାମେରା କାମ କରୁଛି ନା ନାହିଁ; ତାହା ସୁନିଶ୍ଚିତ କରିବାକୁ ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଚିଠି ଲେଖି ନିର୍ଦେଶ ଦେଇଛନ୍ତି । ସେହିପରି ଯଦି ଏପର୍ଯ୍ୟନ୍ତ ସିସିଟିଭି ନଥିବ, ତାହେଲେ ଏହା ଲଗାଇବାକୁ କୁହାଯାଇଛି । ଆସନ୍ତା ୩୦ ତାରିଖ ସୁଦ୍ଧା ସାମ୍ସ ଇ-ସ୍ପେସରେ ଉପଲବ୍ଧ ଥିବା ସିସିଟିଭି ଲିଙ୍କରେ ସମସ୍ତ ଶିକ୍ଷାନୁଷ୍ଠାନ ସିସିଟିଭି ଷ୍ଟାଟସ ଅପଡେଟ୍ କରିବାକୁ କୁହାଯାଇଛି । ଯେଉଁ କଲେଜ/ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସିସିଟିଭି ସ୍ଥିତି ଜଣାଇବାରେ ବିଫଳ ହେବେ, ସମ୍ପୃକ୍ତ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ପାଇଁ ଆଡମିଟ୍ କାର୍ଡ ଡାଉନଲୋଡ୍ ଲିଙ୍କ ପ୍ରଦାନ କରାଯିବନି ।

ସେହିପରି ପରୀକ୍ଷା ପରିଚାଳନା ହବ୍ ଭାବେ ଘୋଷିତ ସ୍ୱୟଂଶାସିତ ମହାବିଦ୍ୟାଳୟଗୁଡ଼ିକ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରିବାକୁ କୁହାଯାଇଛି । ବିଶେଷକରି ଯେଉଁ ସବୁ କଲେଜକୁ ସେଣ୍ଟର ଭାବେ ଚୟନ କରାଯିବ ସମ୍ପୃକ୍ତ ସ୍କୁଲର ଭିତ୍ତିଭୂମି ଅର୍ଥାତ ଉଚ୍ଚ ପାଚେରୀ, ଶ୍ରେଣୀରେ ଲାଇଟ୍‌, ଫ୍ୟାନ୍‌, ପାଣି ବ୍ୟବସ୍ଥା ସହ ଶୈଚାଳୟ ଏବଂ ଷ୍ଟ୍ରଙ୍ଗରୁମ୍ ବ୍ୟବସ୍ଥା ରହିଥିବା ବାଧ୍‌ୟତାମୂଳକ କରାଯାଇଛି । ଜାନୁଆରୀରେ ଜୋନୱାରୀ ଯାଞ୍ଚ ପ୍ର୍ରକ୍ରିୟା ଆରମ୍ଭ ହେବ । ଯେଉଁ ସେଣ୍ଟରରେ ଅବ୍ୟବସ୍ଥା ବା +୨ ପରିଷଦ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ ନଥିବା ଜଣାପଡିବ ସେହି କେନ୍ଦ୍ର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking