28.4 C
Bhubaneswar
Thursday, June 25, 2026
Homeଓଡିଶାପୁଲିସ ଗୁଳିରେ ୨ ମୃତ

ପୁଲିସ ଗୁଳିରେ ୨ ମୃତ

ବିନିକା : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅଧୀନ ଚୁଲିମାଲ ଗାଁରେ ପୁଲିସ ପିସ୍ତଲର ଗୁଳିରେ ୨ ଜଣଙ୍କର ମୃତ୍ୟୁ ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖାଯାଇଥିବାର ସୂଚନା ମିଳିଛି। ଉଭୟଙ୍କୁ ପୁଲିସ ପଚରାଉଚରା କରୁଥିବା ଜଣାଯାଇଛି। ତେଣେ ଅନ୍ୟ ଦୁଇ ଅଭିଯୁକ୍ତଙ୍କ ସନ୍ଧାନ ବି ଜାରି ରଖିଛି ପୁଲିସ୍। ମୃତ ବ୍ୟକ୍ତିମାନେ ହେଲେ ମନେଜ ଝାଙ୍କର (୩୦) ଓ ଶେଷଦେବ ଝାଙ୍କର (୨୮)। ସୁବର୍ଣ୍ଣପୁର ଜିଲ୍ଲା ପୁଲିସରେ ମ‌ନୋଜ କର୍ମଚାରୀ ଥିବା ଜଣାପଡ଼ିଛି।ସୂଚନା ଅନୁସାରେ ମନୋଜ ଓ ଶେଷଦେବ ଗାଁ ନିକଟସ୍ଥ ଏକ ପଡ଼ିଆକୁ ଯାଇଥିଲେ। ସେଠାରେ ଖିଆପିଆ କରିଥିଲେ। ଏହି ସମୟରେ ବଡ଼ ଶଦ୍ଦ ହୋଇଥିଲା। ଶଦ୍ଦ ଶୁଣି ଆଖପାଖର ଲୋକେ ଘଟଣାସ୍ଥଳ ପହଞ୍ଚିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ମନୋଜ ଓ ଶେଷଦେବଙ୍କୁ ବିନିକା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ମୃତକ ଦ୍ବୟ ସଂପର୍କୀୟ ଭାଇ ବୋଲି ଜଣାଯାଇଛି। ତେବେ କୌଣସି କାରଣକୁ ନେଇ ବଚସା ପରେ ଗୁଳିମାଡ଼ ହୋଇଥିବା ସନ୍ଦେହ କରାଯାଉଛି। ତେବେ ଗାଁ ଲୋକଙ୍କ କହିବା ଅନୁସାରେ ମନୋଜ ଓ ଶେଷଦେବଙ୍କ ଆଉ ଜଣେ ଯୁବକ ଘଟଣା ପୂର୍ବରୁ ଦୁଇଭାଇ ସହିତ ଖିଆପିଆ କରିଥିଲେ। କିନ୍ତୁ ତୃତୀୟ ବ୍ୟକ୍ତି କିଏ ଥିଲେ କହିପାରୁ ନାହାନ୍ତି। ସୁବର୍ଣ୍ଣପୁର ଏସ୍‌ପି ୟଶପ୍ରତାପ ଶ୍ରୀମଲ ପୁଲିସ ଟିମ୍‌ ନେଇ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଘଟଣାସ୍ଥଳରୁ ଏକ ପିସ୍ତଲ ଜବତ କରିଛନ୍ତି। ମୃତଦେହ ଜବତ କରି ପୋଷ୍ଟମର୍ଟ ପାଇଁ ପଠାଇଥିବା ବେଳେ ପୁଲିସ ଘଟଣାର ତଦନ୍ତ କରୁଛନ୍ତି। ମଙ୍ଗଳବାର ରାତିରେ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking