27.1 C
Bhubaneswar
Saturday, July 6, 2024
Homeଦେଶ ବିଦେଶକେନାଲରେ ବୁଡ଼ି ୨ ବାଇକ୍ ଆରୋହୀ ମୃତ

କେନାଲରେ ବୁଡ଼ି ୨ ବାଇକ୍ ଆରୋହୀ ମୃତ

ନୂଆଦିଲ୍ଲୀ: ଦିଲ୍ଲୀର ବଦରପୁର ଅଞ୍ଚଳରେ ରବିବାର ରାତିରେ ବାଇକ୍‌ରେ ଯାଉଥିବା ୨ ଜଣ ବ୍ୟକ୍ତି ଦିଲ୍ଲୀ-ଗୁଡଗାଓଁ କେନାଲରେ ବୁଡି ପ୍ରାଣ ହରାଇଛନ୍ତି । କେନାଲ କୂଳରୁ ସେମାନଙ୍କର ବାଇକ୍‌କୁ ପୁଲିସ ଜବତ କରିଛି । ତେବେ କେନାଲ ମଧ୍ୟରୁ ମୃତଦେହ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହା ଦୁର୍ଘଟଣା, ହତ୍ୟା ନା ଆତ୍ମହତ୍ୟା, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଦିଲ୍ଲୀ ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

ଛତିଶଗଡ: ୧୨ଟି ଗାଡି ପୋଡ଼ିଲେ ମାଓବାଦୀ
ଛତିଶଗଡର କାଙ୍କେର ଜିଲ୍ଲାରେ ସଶସ୍ତ୍ର ମାଓବାଦୀମାନେ ରାସ୍ତାକାର୍ଯ୍ୟରେ ନିୟୋଜିତ ୧୨ଟି ଗାଡିକୁ ପୋଡି ଧ୍ୱଂସ କରିଦେଇଛନ୍ତି । ଏଗୁଡିକ ମଧ୍ୟରେ ୮ଟି ଟ୍ରାକ୍ଟର, ୨ଟି ଲେଖାଏଁ ବୁଲଡୋଜର ଓ ଆର୍ଥମୁଭିଂ ମେସିନ ଅନ୍ତର୍ଭୁକ୍ତ । ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ଅନୁଯାୟୀ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ମାଓବାଦୀମାନେ ଏହାକୁ ବିରୋଧ କରି ଏଭଳି କାଣ୍ଡ ଘଟାଇଥିବା ପୁଲିସ ପକ୍ଷରୁ କୁହାଯାଇଛି । ମାଓବାଦୀମାନେ କେତେକ ଶ୍ରମିକଙ୍କୁ ଅପହରଣ କରିଥିଲେ ସୁଦ୍ଧା ପରବର୍ତ୍ତୀ ସମୟରେ ଛାଡିଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking