19.1 C
Bhubaneswar
Friday, November 22, 2024
Homeଓଡିଶାଚୋରୀ ଶିଶୁ ଉଦ୍ଧାର, ୨ଗିରଫ

ଚୋରୀ ଶିଶୁ ଉଦ୍ଧାର, ୨ଗିରଫ

ମୟୂରଭଞ୍ଜ : ପୁଣି ସାମ୍ନାକୁ ଆସିଲା ପିଲାଚୋରୀ ଘଟଣା। ପିଆର୍‌ଏମ୍‌ ମେଡ଼ିକାଲ କଲେଜ ଏଣ୍ଡ ହସ୍ପିଟାଲରେ ସକ୍ରିୟ ପିଲା ଚୋର। ହସ୍ପିଟାଲରୁ ନବଜାତ ଶିଶୁକନ୍ୟାକୁ ଚୋରିକରି ନେଇଯାଉଥିବା ବେଳେ ୨ ଯୁବତୀ ଗିରଫ। ବାରିପଦା ପଣ୍ଡିତରଘୁନାଥ ମୁର୍ମୁ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲ ପରିସରରୁ ୪ଦିନର ନବଜାତ ଶିଶୁକନ୍ୟାକୁ ଚୋରିକରି ନେଇଥିବା ଦୁଇଯୁବତୀଙ୍କୁ ବାରିପଦା ଟାଉନ ପୋଲିସ ଗିରଫ କରି ଶିଶୁକନ୍ୟାକୁ ଉଦ୍ଧାର କରିଛି । ଘଟଣାରୁ ପ୍ରକାଶ ଯେ, ଝାରପୋଖରିଆ ଥାନା ଅନ୍ତର୍ଗତ ବାଲାଡିହି ଗ୍ରାମର ରାଇମଣୀ ଟୁଡୁ ୪ଦିନ ତଳେ ଏକ କନ୍ୟା ସନ୍ତାନକୁ ପିଆରଏମ ମେଡିକାଲ କଲେଜରେ ଜନ୍ମ ଦେଇଥିଲେ । ବୁଧୁବାର ଅପରାହ୍ନରେ ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଅଞ୍ଚଳର ସୀମା ସିଂ ଓ ଚାନ୍ଦୁଆ ଥାନା ଅଞ୍ଚଳର ମିନାକ୍ଷୀ ବେହେରା ଶିଶୁକନ୍ୟାଟିକୁ ମା’ପାଖରୁ ନେଇ ଗେହ୍ଲକରି ଖେଳାଇବା ବାହାନାରେ ଚୋରି କରି ନେଇଯାଇଥିଲେ । ଶିଶୁକନ୍ୟାର ମା’ ସଙ୍ଗେ ସଙ୍ଗେ ପୋଲିସକୁ ଜଣାଇବା ପରେ ବାରିପଦା ଟାଉନ ପୋଲିସ 162/21 ନଂ ରେ ଏକ ମାମଲା ରୁଜୁ ସହ ତଦନ୍ତକରି ଶିଶୁକନ୍ୟାଟିକୁ ବାଘଡିହା ଅଞ୍ଚଳରୁ ଉଦ୍ଧାର କରିବା ସହ ଚୋରି କରିଥିବା ଦୁଇଯୁବତୀଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଘଟଣାକୁ ଗୁରୁତ୍ୱର ସହନେଇ ବାରିପଦା ଟାଉନ ଥାନା ପୋଲିସ ପଙ୍ଖାନୁପଙ୍ଖ ତଦନ୍ତ ଚଳାଇ ଗିରଫ ଦୁଇ ପିଲା ଚୋରଙ୍କ ପଛରେ କିଏ ବାହାର କରିବାକୁ ଉଦ୍ୟମ ଚଳାଇଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking