18.1 C
Bhubaneswar
Monday, November 25, 2024
Homeଓଡିଶା୨୦୨୩-୨୪ ବର୍ଷ ପାଇଁ ୨.୩୦ ଲକ୍ଷ କୋଟିର ବଜେଟ୍ ; ଶିକ୍ଷା, ସ୍ୱାସ୍ଥ୍ୟ ସହ ମହିଳା...

୨୦୨୩-୨୪ ବର୍ଷ ପାଇଁ ୨.୩୦ ଲକ୍ଷ କୋଟିର ବଜେଟ୍ ; ଶିକ୍ଷା, ସ୍ୱାସ୍ଥ୍ୟ ସହ ମହିଳା ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ

– ୨୦୨୧-୨୨ ତୁଳନାରେ ୧୭.୬%,୨୦୨୩-୨୪ ତୁଳନାରେ ୧୫% ଅଧିକ
– ଜାନୁଆରୀ ସୁଦ୍ଧା ଋଣ ପରିମାଣ ରହିଛି ୮୭ ହଜାର କୋଟି
– ସ୍ୱୟଂ ସହାୟକ ଗୋଷ୍ଠୀ ୧୦,୦୦୦କୋଟି ଟଙ୍କାର ବ୍ୟବସାୟ ଦିଆଯିବ
– ନିଜସ୍ୱ ରାଜସ୍ୱର ଅଂଶ ୫୭%, ପୂର୍ବ ବର୍ଷ ଥିଲା ୫୮%
– କେନ୍ଦ୍ରୀୟ ସହାୟତା ଉପରେ ଆମର ନିର୍ଭରଶୀଳତା କମିଛି
– ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ୩୦,୦୩୦ କୋଟି,
– ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ୧୬,୦୪୮ କୋଟି
– ଗ୍ରାମାଞ୍ଚଳ ପାଇପ୍ ଜଳ ଯୋଗାଣ ପାଇଁ ୧୩,୨୧୫ କୋଟି,
– ଅନୁସୂଚିତ ଜାତି ଓ ଜନଜାତି ବିକାଶ ପାଇଁ ୩୮,୪୩୭ କୋଟି
– ସଡ଼କ,ସେତୁ,ବିମାନବନ୍ଦର ଓ ରେଳପଥ ପାଇଁ ୧୯,୪୫୨ କୋଟି

ଭୁବନେଶ୍ୱର: ନିର୍ବାଚନ-୨୦୨୪କୁ ନଜର ଦେଇ ଓଡ଼ିଶା ସରକାର ଏକ ‘ପପୁଲିଷ୍ଟ ବଜେଟ୍‌’ ଆଣିଛନ୍ତି । ବଜେଟର ପରିମାଣ ରହିଛି ୨.୩୦ ଲକ୍ଷ କୋଟି । ଏହାକୁ ଜନକଲ୍ୟାଣକାରୀ ବଜେଟ୍ ଭାବେ ସରକାର ଅବହିତ କରିଛନ୍ତି । ସରକାର ମୋଟ୍ ୨୦ଟି ନୂଆ ଯୋଜନା କାର୍ଯ୍ୟକାରୀ ହେବା ସହ ବଜେଟ୍‌ରେ ଅଭିବୃଦ୍ଧି, ବିକାଶ, ଭିତ୍ତିଭୂମି ଉନ୍ନୟନ ଓ ପୁଞ୍ଜି ନିବେଶ ଉପରେ ଗୁରୁତ୍ୱ ଦିଆଯାଇଛି । ତେବେ ଶିକ୍ଷା, ସ୍ୱାସ୍ଥ୍ୟ ସହ ମହିଳା ଉଦ୍ୟୋଗୀଙ୍କୁ ମିଳିବ ପ୍ରତ୍ସୋହନ ଓ ସହାୟତା । ଏଥର ବଜେଟ୍ ପରିମାଣ ବିଗତ ୨୦୨୧-୨୨ ଆର୍ôଥକ ବର୍ଷ ତୁଳନାରେ ୧୭.୬% ଅଧିକ ରହିଥିବାବେଳେ ୨୦୨୨-୨୩ ଆର୍ôଥକ ବର୍ଷ ତୁଳନାରେ ୧୫% ଅଧିକ ରହିଛି । ତେବେ ରାଜ୍ୟ ସରକାର ଖୋଲା ବଜାରରୁ ଋଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଗତ ଜାନୁଆରୀ ସୁଦ୍ଧା ଋଣ ପରିମାଣ ୮୭ ହଜାର କୋଟି ରହିଛି ବୋଲି ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ ପ୍ରକାଶ କରିଛନ୍ତି ।

ଶୁକ୍ରବାର ବିଧାନସଭାରେ ଅର୍ଥମନ୍ତ୍ରୀ ଶ୍ରୀ ପୁଜାରୀ ୨୦୨୩-୨୪ ଆର୍ଥିକ ବର୍ଷର ୨.୩୦ ଲକ୍ଷ କୋଟିର ସାଧାରଣ ବଜେଟ୍ ଉପସ୍ଥାପନା କରିଛନ୍ତି । ତେବେ ସେ ୨୦୨୧-୨୨ରେ ୧.୭୦ ଲକ୍ଷ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଥିଲାବେଳେ ୨୦୨୨-୨୩ରେ ୨ ଲକ୍ଷ କୋଟି ବଜେଟ୍ ଉପସ୍ଥାପନ କରିଥିଲେ । ଚଳିତ ବଜେଟ୍‌ରେ ପ୍ରଶାସନିକ ଖର୍ଚ୍ଚ ୯୪ ହଜାର କୋଟି ଥିବାବେଳେ କାର୍ଯ୍ୟକ୍ରମ ଖର୍ଚ୍ଚ ୧୨୫ ହଜାର କୋଟି ରହିଛି । ୨୩ ବର୍ଷ ମଧ୍ୟରେ ୩୫ ଗୁଣ ବୃଦ୍ଧି ପାଇଛି । ୨୦୨୩-୨୪ରେ ପୁଞ୍ଜି ବ୍ୟୟ ଅଟ୍ଟକଳ ୫୧,୬୮୩ କୋଟି ଟଙ୍କା ରହିଛି । ତାହା ଜିଏସ୍‌ଡିପିର ପ୍ରାୟ ୬ ପ୍ରତିଶତ ରହିବ ବୋଲି ଆକଳନ ହୋଇଛି । କୃଷି ଓ ଆନୁସଙ୍ଗିକ କ୍ଷେତ୍ର ପାଇଁ ୨୪,୯୨୯ କୋଟି ବ୍ୟୟବରାଦ ହୋଇଛି ।

ତାହା ପୂର୍ବବର୍ଷ ତୁଳନାରେ ୨୧% ଅଧିକ । ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ୩୦,୦୩୦ କୋଟି, ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ୧୬,୦୪୮ କୋଟି ବ୍ୟୟବରାଦ ହୋଇଛି । ଗତ ବର୍ଷ ତୁଳନାରେ ସ୍ୱାସ୍ଥ୍ୟ ବ୍ୟୟ ୨୭% ବୃଦ୍ଧି ପାଇଛି । ସରକାର ଗାଁକୁ ଫୋକସ୍ କରିଥିବାରୁ ଗ୍ରାମାଞ୍ଚଳ ପାଇପ୍ ଜଳ ଯୋଗାଣ ପାଇଁ ୧୩,୨୧୫ କୋଟି, ଅନୁସୂଚିତ ଜାତି ଓ ଜନଜାତି ବିକାଶ ପାଇଁ ୩୮,୪୩୭ କୋଟି ବ୍ୟୟବରାଦ ହୋଇଛି । ସେହିପରି ସଡ଼କ,ସେତୁ,ବିମାନବନ୍ଦର ଓ ରେଳପଥ ଭଳି ଭତ୍ତିଭୂମି ବିକାଶ ପାଇଁ ୧୯,୪୫୨ କୋଟିର ପୁଞ୍ଜିନିବେଶ ହେବ । ତାହା ମଧ୍ୟ ୨୦୨୨-୨୩ ବର୍ଷ ତୁଳନାରେ ୩୪% ଅଧିକ । ବିପର୍ଯ୍ୟୟ ବିପଦ ପରିଚାଳନା ପାଣ୍ଠି ବାବଦକୁ ୩,୭୦୦ କୋଟି ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ହସ୍ତାନ୍ତର ପାଣ୍ଠି ପରିମାଣ ୭,୩୦୦ କୋଟି ରହିଛି । ବିଶେଷକରି ବଜେଟ୍‌ରେ ଗରୀବ, ଅବହେଳିତ, ଯୁବକ, ମହିଳା, ଅନୁସୂଚିତ ଜାତି, ଜନଜାତି, ସଂଖ୍ୟଲଘୁ ଓ ପଛୁଆବର୍ଗର ବିକାଶକୁ ଧ୍ୟାନରେ ରଖି ଅର୍ଥ ବରାଦ ହୋଇଛି ।

ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଅଧିକ ରାଜସ୍ୱ ସଂଗ୍ରହ ଓ ଉନ୍ନତ ବ୍ୟୟ ପରିଚାଳନା ଯୋଗୁ କ୍ରମାଗତ ଭାବେ ଓଡ଼ିଶା ଏକ ରାଜସ୍ୱ ବଳକା ରାଜ୍ୟରେ ପରିଣତ ହୋଇଛି । ଆର୍ôଥକ ନିଅଣ୍ଟ ଏଫ୍‌ଆରବିଏମ୍ ଆକ୍ଟ ଅନୁଯାୟୀ ଜିଏସ୍‌ଡିପିର ୩% ସ୍ତରରେ ରହିବ ବୋଲି ଆକଳନ କରାଯାଇଛି । ଟିକସ୍ ଓ ରାଜ୍ୟ ସାମଗ୍ରିକ ଘରୋଇ ଉତ୍ପାଦର ଅନୁପାତ ୨୦୨୩-୨୪ରେ ୬% ହେବା ନେଇ ଅଟକଳ କରାଯାଇଛି । ବଜେଟ୍‌୍ ଅଟକଳରେ ନିଜସ୍ୱ ରାଜସ୍ୱ ଓ ଜିଏସ୍‌ଡିପିର ଅନୁପାତ ୧୨.୨୫% ରହିଛି । ମୋଟ୍ ନିଜସ୍ୱ ରାଜସ୍ୱର ଅଂଶ ପ୍ରାୟ ୫୭% ହୋଇପାରିଛି । ମାତ୍ର ପୂର୍ବ ବର୍ଷ ତାହା ୫୮% ଥିଲା । ତେଣୁ କେନ୍ଦ୍ରୀୟ ସହାୟତା ଉପରେ ଆମର ନିର୍ଭରଶୀଳତା କମିଛି ।

ଅର୍ଥମନ୍ତ୍ରୀ କହିଛନ୍ତି ଯେ, ବଜେଟ୍‌ରେ କୃଷି ଓ ଆନୁସଙ୍ଗିକ କ୍ଷେତ୍ର ପାଇଁ ବ୍ୟୟ ଅଟକଳ ଯଥେଷ୍ଟ ବୃଦ୍ଧି କରାଯାଇଛି । କୃଷି ଓ ଆନୁସଙ୍ଗିକ କାର୍ଯ୍ୟକ୍ରମ ମାଧ୍ୟମରେ ଖାଦ୍ୟ ଉତ୍ପାଦନ, ଚାଷୀଙ୍କ ରୋଜଗାର ଓ କୃଷକ କଲ୍ୟାଣ ପାଇଁ ୨୩ ହଜାର ୮୨୯ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ଗତ ବର୍ଷ ତୁଳନାରେ ତାହା ୨୧% ଅଧିକ ରହିଛି । ଚାଷୀଙ୍କର ସାମଗ୍ରିକ କଲ୍ୟାଣ ନିମନ୍ତେ “କାଳିଆ’ ଯୋଜନାରେ ୨୦୨୨-୨୩ରେ ୧୮୭୪ କୋଟି ବଙ୍କାର ବ୍ୟୟ ବରାଦ ହୋଇଥିଲା । ୨୦୨୩-୨୪ରେ ତାର ପରିମାଣ ୧୮୭୯ କୋଟିକୁ ବୃଦ୍ଧି ହୋଇଛି । ସେହିପରି ଧାନ ସଂଗ୍ରହ ପାଇଁ ୨ ହଜାର କୋଟି ଟଙ୍କାର ସ୍ୱତନ୍ତ୍ର ରିର୍ଭଲ ବିଙ୍ଗ ପାଣ୍ଠି । ରାଜ୍ୟରେ ନୂତନ ଭାବେ କାର୍ଯ୍ୟକାରୀ ହେବ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର । ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜାନକୁ କାର୍ଯ୍ୟକାରୀ କରିବେ ସରକାର । ମୁଖ୍ୟମନ୍ତ୍ରୀ ଜନଜାତି ଜୀବୀକା ମିଶନ ନାମରେ ସ୍ୱତନ୍ତ୍ର ଯୋଜନା ଆରମ୍ଭ ହେବ ।

ଗରିବ ପରିବାର ମୁଣ୍ଡରେ ଛାତ ରଖିବାକୁ ସରକାର ସମସ୍ତ ଯୋଗ୍ୟ ପରିବାରକୁ ପକ୍କା ଘର ଯୋଗାଇବା ପାଇଁ ସରକାର ସଂକଳ୍ପବଦ୍ଧ । ପ୍ରତି ପରିବାରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ଅନ୍ୟପକ୍ଷରେ ସ୍ୱାସ୍ଥ୍ୟ କ୍ଷେତ୍ରକୁ ବି ସରକାର ଗୁରୁତ୍ୱ ଦେଇଛନ୍ତି । ପ୍ରତିଟି ଜୀବନ ମୂଲ୍ୟବାନ । ଏହି ମନ୍ତ୍ରରେ ବିଶ୍ୱାସ ରଖି ରାଜ୍ୟ ସରକାର ବହୁ ଜରୁରୀ ପଦକ୍ଷେପ ନେଇଛନ୍ତି । ବିଏସ୍‌କେୱାଇ ଯୋଜନା ରାଜ୍ୟର ସ୍ୱାସ୍ଥ୍ୟ ସେବାରେ ଆଣିଛି ବୈପ୍ଳବିକ ପରିବର୍ତ୍ତନ । ଏଥିରେ ଏଯାଏଁ ୧୦ ଲକ୍ଷରୁ ଅଧିକ ପରିବାର ପ୍ରମୁଖ ଘରୋଇ ହସ୍ପିଟାଲରେ ସ୍ୱାସ୍ଥ୍ୟ ସେବା ପାଇଛନ୍ତି । ସେହିଭଳି ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟସେବା ମିଶନରେ ଗତ ୬ ବର୍ଷରେ ବାଲେଶ୍ୱର, ବାରିପଦା, ବଲାଙ୍ଗିର, କୋରାପୁଟ, ପୁରୀ, କେନ୍ଦୁଝର ଓ ସୁନ୍ଦରଗଡ଼ରେ ୭ଟି ନୂଆ ମେଡିକାଲ କଲେଜ ପ୍ରତିଷ୍ଠା କରାଯାଇଛି । ଆସନ୍ତାବର୍ଷ କଳାହାଣ୍ଡି ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବା ପରେ ତାଳଚେର, ଫୁଲବାଣୀ ଓ ଯାଜପୁର ମେଡିକାଲ କଲେଜକୁ କାର୍ଯ୍ୟକ୍ଷମ କରାଯିବ ।

ସେଥିପାଇଁ ପାଞ୍ଚ ବର୍ଷରେ ପ୍ରାୟ ୪ ହଜାର ଡାକ୍ତରଙ୍କୁ ନିଯୁକ୍ତି ମିଳିଥିବାବେଳେ ଗତ ୩ ବର୍ଷରେ ୯ ହଜାରରୁ ଅଧିକ ନର୍ସ ଓ ପାରା ମେଡିକାଲ ଅଫିସର ନିଯୁକ୍ତ ପାଇଛନ୍ତି ।ସରକାର ‘ଆମ ହସ୍ପିଟାଲ ନାମରେ ନୂଆ ଯୋଜନା’ ଆରମ୍ଭ କରିଛନ୍ତି । ଏଥିପାଇଁ ଚଳିତ ବଜେଟ୍‌ରେ ୭୫୦ କୋଟି ଟଙ୍କାର ପାଣ୍ଠି ବରାଦ ହାଇଛି । ମହିଳା ବିକାଶ ଓ ଆର୍ôଥକ ସ୍ୱାଧିନତା ପାଇଁ ଆସନ୍ତା ପାଞ୍ଚ ବର୍ଷରେ ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକ ୧୦ ହଜାର କୋଟି ଟଙ୍କାର ବ୍ୟବସାୟ ଯୋଗାଇ ଦିଆଯିବ । ଏସଏଚଜିଙ୍କ ପାଇଁ କ୍ଷୁଦ୍ର ଶିଳ୍ପ ପାର୍କ ନିର୍ମାଣ ହେବ । କୋଭିଡରେ ପିତାମାତାଙ୍କୁ ହରାଇଥିବା ପିଲାଙ୍କ ପାଇଁ ଆଶୀର୍ବାଦ ଯୋଜନା ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା ପାଇଁ ୨୫୦ କୋଟି ଟଙ୍କାର ପାଣ୍ଠି ବରାଦ ହୋଇଛି ବୋଲି ଶ୍ରୀ ପୂଜାରୀ ପ୍ରକାଶ କରିଛନ୍ତି । ଅର୍ଥମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟ ସରକାର ଉଭୟ ଉଚ୍ଚଶିକ୍ଷା ଓ ଗଣଶିକ୍ଷାକୁ ଅଧିକ ଫୋକସ୍ ବି ଦେଇଛନ୍ତି ।

ଓଡ଼ିଶା ଅନୁସୂଚିତ ଜାତି ଓ ଜନଜାତି ସହ ପଛୁଆବର୍ଗ ଏବଂ ସଂଖ୍ୟଲଘୁ ସଂପ୍ରଦାୟର ପିଲାଙ୍କୁ ଶିକ୍ଷାପ୍ରତି ଆକୃଷ୍ଟ କରାଇବାକୁ ପ୍ରାକ୍ ମାଟ୍ରିକ ବୃତ୍ତି, ମାଟ୍ରିକ ପରବତ୍ତୀ ବୃତ୍ତି ସହ ଅନ୍ୱେଷା ଓ ଆଂକାକ୍ଷା ଭଳି ଯୋଜନା ହାତକୁ ନିଆଯାଇଛି । ଆସନ୍ତା ଶିକ୍ଷାବର୍ଷରୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର କାର୍ଯ୍ୟକାରୀ ହେବ । ଏଥିରେ ବିଦ୍ୟାଳୟର ଉତ୍କର୍ଷକୁ ସ୍ୱୀକୃତି ମିଳିପାରିବ । ଅଧିକ ଶିକ୍ଷକ ନିଯୁକ୍ତିକୁ ଅଗ୍ରାଧିକାର ଦିଆଯାଉଛି । ସିବିଏସ୍‌ଇ ପାଠ୍ୟକ୍ରମ ଅନୁଯାୟୀ ଗୁଣାତତ୍ମକ ଶିକ୍ଷା ପ୍ରଦାନ ପାଇଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ବେଶ୍ ଆଖି ଦୃଶିଆ ପଦକ୍ଷେପ ନେଉଛି । ସେଥିପାଇଁ ଗଣଶିକ୍ଷା ବିଭାଗକୁ ବଜେଟ୍‌ରେ ୨୨ ହଜାର ୫୨୮ କୋଟି ଟଙ୍କା ପ୍ରଦାନ ହୋଇଥିଲାବେଳେ ଉଚ୍ଚଶିକ୍ଷାକୁ ୩ ହଜାର ୧୭୩ ଟଙ୍କା ବ୍ୟୟବରାଦ ହୋଇଛି ।

ଅର୍ଥମମନ୍ତ୍ରୀ ପୁଣି କହିଛନ୍ତି ଯେ, ସରକାର ଯୋଗାଯୋଗ ଉପରେ ଗୁରୁତ୍ୱ ଦେଇଛନ୍ତି । ସଡକ , ରେଳପଥ ଓ ପରିବହନର ବିକାଶ ପାଇଁ ନୂଆ ନୂଆ ପଦକ୍ଷେପ ନିଆଯାଇଛି । ଦୁବାଇ, ସିଙ୍ଗାପୁର ଓ ବ୍ୟାଙ୍କକ୍‌କୁ ସିଧାସଳଖ ବିମାନ ଚଳାଚଳ ଆରମ୍ଭ ହେବ । ଢେଙ୍କାନାଳ ବିରାଶାଳ ଏୟାରଷ୍ଟ୍ରିପକୁ ବିଶ୍ୱ ସ୍ତରୀୟ ପାଇଲଟ୍ ଟ୍ରେନିଂ ସେଣ୍ଟର କରାଯିବ । ସେହିପରି ରାଜ୍ୟ ସରକାର କ୍ରୀଡା ଭିତ୍ତିଭୂମିର ବିକାଶକୁ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି । ହକି ବିଶ୍ୱକପ୍ ଆୟୋଜନ କରି ସମଗ୍ର ବିଶ୍ୱରେ ଓଡ଼ିଶା ପ୍ରଶଂସା ସାଉଁଟିଛି । ବିଶେଷକରି ବିର୍ସାମୁଣ୍ଡା ହକି ଷ୍ଟାଡିୟମ ସର୍ବବୃହତ ହକି ଷ୍ଟାଡିୟମ ମାନ୍ୟତା ପାଇବା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର କଥା ହୋଇଛି ବୋଲି ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ ପ୍ରକାଶ କରିଛନ୍ତି ।

୨୦ ନୂଆ ଯୋଜନା କାର୍ଯ୍ୟକ୍ରମ; କାହାକୁ କେତେ ବ୍ୟୟବରାଦ

୧- ଆମ ହସ୍ପିଟାଲ ଯୋଜନା -୭୫୦ କୋଟି
୨ – ମିଶନ ଶକ୍ତି ସ୍କୁଟର ଯୋଜନା – ୫୦ କୋଟି
୩- ଆମ ବସ ଷ୍ଟାଣ୍ଡ ଯୋଜନା – ୧୫୯
୪- ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା – ୮୧୧ କୋଟି
୫- ମୁଖ୍ୟମନ୍ତ୍ରୀ ଲୁଣା ବନ୍ଧ ଯୋଜନା – ୧୫୦ କୋଟି
୬- ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୃଷ୍ଟି ଯୋଜନା – ୨୫୦ କୋଟି
୭- ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଯୋଜନା – ୧୩୯ କୋଟି
୮- ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ – ୧୨୦
୯- ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର ଙ୍ଗରକ୍ଷଲବକ୍ସର ଭକ୍ଟବକ୍ସୟ -୫୦
୧୦- କଫି ମିଶନ – ୧୨୬ କୋଟି
୧୧- ମୁଖ୍ୟମନ୍ତ୍ରୀ ଶକ୍ତି ସଂରକ୍ଷଣ ଯୋଜନା – ୨୫୦ କୋଟି
୧୨- ବନ ସୁରକ୍ଷିତ ସମିତି ଗଠନ – ୨୫୦ କୋଟି
୧୩- ଅନ୍ତର୍ଜାତୀୟ ବିମାନ ଯୋଗାଯୋଗ – ୧୦୦ କୋଟି
୧୪- ନୂଆ ଓଡିଶା – ୧୦୦କୋଟି
୧୫- ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ ଯୋଜନା – ୧୪୪୬
୧୬- ଓଡିଶା ଅକ୍ଷୟ ଶକ୍ତି ବିକାଶ ଫଣ୍ଡ – ୫୦
୧୭- ମୁଖ୍ୟମନ୍ତ୍ରୀ ମସ୍ୟଜିବୀ କଲ୍ୟାଣ ଯୋଜନା – ୨୧୦ କୋଟି
୧୮- ସ୍ୱୟଂ ସହାୟକ ଗୋଷ୍ଠୀକୁ ଉଦ୍ୟୋଗ ବିକାଶ – ୧୦୦ କୋଟି
୧୯- ମଲଟିମେଡିଆ ଲୋକେସ ନ ଆସସେବିଲିଟି – ୧୦୦
୨୦- ଧାନ ସଂଗ୍ରହ ପାଇଁ ରିଭଲଭିଙ୍ଗ ଫଣ୍ଡ ୨୦୦୦ କୋଟି

ଜାନୁଆରୀ ସୁଦ୍ଧା ଋଣ ପରିମାଣ ୮୭,୦୦ କୋଟି
ଜାନୁଆରୀ ସୁଦ୍ଧା ଋଣ ପରିମାଣ ୮୭ ହଜାର କୋଟି ହୋଇଛି ବୋଲି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ୍ ଉପସ୍ଥାପନ ପରେ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି । ଅର୍ଥମନ୍ତ୍ରୀ କହିଛନ୍ତି ଯେ, ବିକାଶମୂଳକ କାର୍ଯ୍ୟ ପାଇଁ ରାଜ୍ୟ ସରକାର ଖୋଲା ବଜାରରୁ ଋଣ ନେଉଛନ୍ତି ଓ ନେବେ । ଜାନୁଆରୀ ସୁଦ୍ଧା ଋଣ ପରିମାଣ ୮୭ ହଜାର କୋଟି ହୋଇଛି । ଚଳିତ ବର୍ଷ ପ୍ରାୟ ୩୪,୬୩୦ କୋଟି ଟଙ୍କା ଋଣ ନେବାର ଯୋଜନା ରହିଛି । ଏହି ଋଣ ମିଶିଲେ ମୋଟ୍ ଋଣ ପରିମାଣ ପ୍ରାୟ ୧ଲକ୍ଷ ୧୨ ହଜାର କୋଟି ହେବ ବୋଲି ଆକଳନ କରାଯାଇଛି ।

ବଢ଼ିଲା ହରିଶ୍ଚନ୍ଦ୍ର ଯୋଜନା ରାଶି
ରାଜ୍ୟ ବଜେଟ୍‌ରେ ହରିଶ୍ଚନ୍ଦ୍ର ଯୋଜନା ସହାୟତା ରାଶି ବୃଦ୍ଧି ହୋଇଛି । ଏନେଇ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ସେ କହିଛନ୍ତି ଯେ, ପୂର୍ବରୁ ହରିଶ୍ଚନ୍ଦ୍ର ଯୋଜନା ସହାୟତା ରାଶି ଗ୍ରାମାଞ୍ଚଳରେ ୨ ହଜାର ଥିଲା । ତାହା ୩ ହଜାରକୁ ବୃଦ୍ଧି ହୋଇଛି । ସେହିପରି ସହରାଞ୍ଚଳରେ ସହାୟତା ରାଶି ୩ ହଜାରରୁ ୪ ହଜାରକୁ ବୃଦ୍ଧି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking