ଚେନ୍ନାଇ : ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ରବିବାର ଆରମ୍ଭ ହୋଇଥିବା ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ଭାରତ ପ୍ରାରମ୍ଭିକ ବ୍ୟାଟିଂ ବିପର୍ୟ୍ୟୟର ସମ୍ମୁଖୀନ ହୋଇଛି। ୱେଷ୍ଟଇଣ୍ଡିଜ ପ୍ରଥମେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେବା ସହିତ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଦଳ ମାତ୍ର ୨୫ ରନ୍ ଭିତରେ ୨ଟି ଗୁରୁତ୍ଵପୂର୍ଣ୍ଣ ୱିକେଟ୍ ହରାଇଛି। ୬.୨ ଓଭରରେ ଦଳ ୨୧ ରନ୍ କରିଥିବାବେଳେ ଓପନର କେ. ଏଲ. ରାହୁଲ ଆଉଟ୍ ହୋଇଥିଲେ।
ତାଙ୍କ ପରେ ଆସିଥିବା ଅଧିନାୟକ ବିରାଟ କୋହଲି ମାତ୍ର ୪ ରନ୍ କରି ପ୍ୟାଭିଲିଅନ ଫେରିଥିଲେ। ଦଳର ସ୍କୋର ୨୫ ରନ୍ ହୋଇଥିବାବେଳେ ୱେଷ୍ଟଇଣ୍ଡିଜ ଦ୍ରୁତ ବୋଲର ଶେଲଡନ୍ କଟ୍ରେଲ ତାଙ୍କୁ ଆଉଟ୍ କରିଥିଲେ। କଟ୍ରେଲ ୨ଟି ଯାକ ୱିକେଟ ନେବାରେ ସଫଳ ହୋଇଛନ୍ତି। ଭାରତ ୧୦ ଓଭରରେ ଦୁଇ ୱିକେଟ୍ ହରାଇ ୩୩ ରନ୍ ସଂଗ୍ରହ କରିଛି। ରୋହିତ ଶର୍ମା ୨୦ ରନ୍ କରି ଅପରାଜିତ ରହିଛନ୍ତି।