34.5 C
Bhubaneswar
Tuesday, April 7, 2026
Homeଦେଶ ବିଦେଶବିମାନ ଦୁର୍ଘଟଣାରେ ୧୮ଜଣ ଯାତ୍ରୀଙ୍କ ମୃତ୍ୟୁ

ବିମାନ ଦୁର୍ଘଟଣାରେ ୧୮ଜଣ ଯାତ୍ରୀଙ୍କ ମୃତ୍ୟୁ

ନେପାଳ : ନେପାଳରେ ଘଟିଲା ବଡ ଧରଣର ବିମାନ ଦୁର୍ଘଟଣା । ଏହି ଦୁର୍ଘଟଣାଟି ଘଟିଛି ନେପାଳ ରାଜଧାନୀ କାଠମାଣ୍ଡୁ ତ୍ରିଭୁବନ ଏୟାରପୋର୍ଟରେ ସୂର୍ଯ୍ୟା ଏୟାରଲାଇନ୍ସର ଏକ ବିମାନ ଉଡାଣ ଭରିବା ବେଳେ ହଠାତ୍ ଖସିପଡିଥିଲା । ଫଳରେ ଏଥର ନିଆଁ ଲାଗିଯାଇଥିଲା ।ଏହି ଦୁର୍ଘଟଣା ପରେ ୧୮ ଜଣ ଯାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି। ରିପୋର୍ଟ ମୁତାବକ, ଉକ୍ତ ବିମାନଟି ସୌର୍ଯ୍ୟ ଏୟାରଲାଇନ୍ସର ଥିଲା। ଏହା ଆଜି ସକାଳ ୧୧ଟାରେ ୧୯ ଜଣ ଯାତ୍ରୀଙ୍କୁ ନେଇ ବିମାନଟି ପୋଖରା ଯାଉଥିବାବେଳେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଘଟଣା ସ୍ଥଳରୁ ଏକ ଭିଡିଓ ସାମ୍ନାକୁ ଆସିଛି। ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ବିମାନବନ୍ଦରରୁ ପ୍ରବଳ ଧୂଆଁ ବାହାରିବା ସହି ରନ୍‌ଓ୍ୱେରେ ଭୟଙ୍କର ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି। ବିମାନ ବନ୍ଦରେ ନିୟୋଜିତ ଜଣେ ସୁରକ୍ଷା ଅଧିକାରୀଙ୍କ କହିବା ମୁତାବକ, ବିମାନର ପାଇଲଟ ଜୀବିତ ଅଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ ଓ ଅଗ୍ନିଶମ ବିଭାଗର ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ବିମାନରେ ଲାଗିଥିବା ନିଆଁକୁ ଆୟତ୍ତ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking