32.1 C
Bhubaneswar
Saturday, June 22, 2024
Homeଦେଶ ବିଦେଶନିର୍ମାଣାଧୀନ ରେଲୱେ ବ୍ରିଜ ଭୁଶୁଡି ୧୭ ମୃତ ଶ୍ରମିକ

ନିର୍ମାଣାଧୀନ ରେଲୱେ ବ୍ରିଜ ଭୁଶୁଡି ୧୭ ମୃତ ଶ୍ରମିକ

ମିଜୋରାମ : ଭୁଶୁଡ଼ିଲା ନିର୍ମାଣାଧୀନ ରେଲ୍‌ୱେ ଓଭର ବ୍ରିଜ୍‌। ଫଳରେ ୧୭ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମିଜୋରାମର ରାଜଧାନୀ ଆଇଜୱାଲ ନିକଟ ସାଇରଙ୍ଗରେ ଆଜି ନିର୍ମାଣାଧୀନ ରେଲ୍‌ୱେ ଓଭର ବ୍ରିଜ୍‌ ଭୁଶୁଡ଼ିବା ଯୋଗୁ ଏତେ ବଡ଼ ଅଘଟଣ ଘଟିଛି। ଅଘଟଣକୁ ନେଇ ମିଜୋରାମ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ଏହାସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ବ୍ରିଜ୍‌ ଭୁଶୁଡ଼ିବା ସମୟରେ ପ୍ରାୟ ୩୫ରୁ ୪୦ ଜଣ ଶ୍ରମିକ ସେଠାରେ କାମ କରୁଥିଲେ। ତେଣୁ ମୃତକଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବାର ଆଶଙ୍କା ରହିଛି। ଅଘଟଣ ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।ସାଇରଙ୍ଗ-ଶିମୂଳି ରେଳପଥ ଅତର୍ଗତ ଏହି ବ୍ରିଜ୍‌ ନିର୍ମାଣ କରାଯାଉଥିଲା। ଅଘଟଣକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମବେଦନା ଜଣାଇଛନ୍ତି। ସେହିପରି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କ ଲାଗି ୫୦ ହଜାର ଟଙ୍କାର କ୍ଷତିପୂରଣ ରାଶି ପ୍ରଦାନ ପାଇଁ ଘୋଷଣା କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking