ଭୁବନେଶ୍ୱର: ରାଜ୍ୟରେ ହାଡଭଙ୍ଗା ଶୀତ । ୧୦ ଡିଗ୍ରୀ ତଳେ ରହିଛି ୧୬ ସହର । ସେମିଳିଗୁଡାରେ ସର୍ବନିମ୍ନ ୩୦୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଡି. ଉଦୟଗିରିରେ ୪ ଡିଗ୍ରୀ, ଫୁଲବାଣୀରେ ୫.୨ ଡିଗ୍ରୀ, ଚିପିଲିମାରେ ୬.୧ ଡିଗ୍ରୀ, ରାଉରକେଲାରେ ୬.୬ ଡିଗ୍ରୀ, ଝାରସୁଗୁଡାରେ ୬.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଦାରିଙ୍ଗିବାଡିରେ ୭ ଡିଗ୍ରୀ, ଭବାନୀପାଟଣା ଓ ଅନୁଗୁଳରେ ୮ ଡିଗ୍ରୀ, କିରେଇରେ ୮.୧ ଡିଗ୍ରୀ, ନବରଙ୍ଗପୁରରେ ୮.୬ ଡିଗ୍ରୀ, କୋରାପୁଟ ଓ ବଲାଙ୍ଗିରରେ ୯.୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଏହା ବ୍ୟତୀତ କେନ୍ଦୁଝର ଓ ସୁନ୍ଦରଗଡରେ ୯.୬ ଡିଗ୍ରୀ, ସୋନପୁରରେ ୧୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।










