ପାଟନା: ସୀମା ଡେଇଁଲା ପାଶବିକତା । ୧୫ ବର୍ଷୀୟା ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ନାବାଳିକାଙ୍କୁ ନିଶାଦ୍ରବ୍ୟ ଦେଇ ଅପହରଣ ପରେ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି ବିହାରର ମୁଜାଫରପୁର ଜିଲ୍ଲାରେ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବାବେଳେ ନାବାଳିକାଙ୍କୁ ଡାକ୍ତରୀମାଇନା ପାଇଁ ମେଡିକାଲ ପଠାଯାଇଛି । ସୂଚନା ଅନୁସାରେ, ମୁଜାଫରପୁର ଜିଲ୍ଲାର ଜୈନିକ ପରିବାର ଏକ ବିବାହ କାର୍ଯ୍ୟରେ ଯୋଗ ଦେବା ପାଇଁ ବାହାରକୁ ଯାଇଥିଲେ ଓ ଝିଅକୁ ଘରେ ଏକାଛାଡି ଯାଇଥିଲେ ।ଏହାର ସୁଯୋଗ ପାଇଁ କିଛି ଦୁବୃର୍ତ୍ତ ଗତ ରବିବାର ତାଙ୍କ ଘରେ ପଶି ଥିଲେ ।
ଅଭିଯୋଗ ଅନୁଯାୟୀ, ନାବାଳିକା ଦଶମ ଶ୍ରେଣୀର ଛାତ୍ରୀ ଜଣଙ୍କୁ କିଛି ନିଶାଦ୍ରବ୍ୟ ଖୁଆଇ ଅପହରଣ କରି ନେଇଥିଲେ । ପରେ ଅନ୍ୟଏକ ସ୍ଥାନକୁ ନେଇ ସେଠାରେ ୪ ଅଭିଯୁକ୍ତ ନାବାଳିକା ସହ ଗଣ ଦୁଷ୍କର୍ମ କରିଥିଲେ । ସୋମବାର ଦିନ ନାବାଳିକାଙ୍କୁ ଛାଡି ଦେଇଥିଲେ । ପରେ ପୀଡିତା ଜଣକ ଏ ଘଟଣା ବିଷୟରେ ନିଜ ପରିବାର ଲୋକଙ୍କୁ ଜଣାଇଥିଲେ । ଏନେଇ ପୀଡିତା ଏବଂ ତାଙ୍କ ମା କାଣ୍ଟି ପୋଲିସ ଷ୍ଟେସନରେ ଦୀପକ କୁମାର ଏବଂ ସଞ୍ଜିତ କୁମାରଙ୍କ ନାଁରେ ଏତଲା ଦେଇଥିବା ବେଳେ ଆଉ ଦୁଇଜଣ ଯୁବକଙ୍କ ନାଁରେ ମଧ୍ୟ ମାମଲା ଦାୟର ହୋଇଛି ।
ପକ୍ସୋ ଆଇନ ଅନୁସାରେ, ଅଭିଯୁକ୍ତମାନଙ୍କ ବିରୋଧରେ ଏତଲା ଦାୟର ହୋଇଛି । ତେବେ ଏ ଘଟଣାରେ ଦୀପକ କୁମାରଙ୍କ ପରିବାର ଲୋକଙ୍କ ନାଁ ମଧ୍ୟ ରହିଥିବା ଅଭିଯୋଗ ପତ୍ରରେ ଦର୍ଶାଯାଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ପୀଡିତାଙ୍କୁ ଡାକ୍ତରୀମାଇନ ପଠାଇଛି । ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ଅତିରିକ୍ତ ପୋଲିସ ଅଧୀକ୍ଷକ ଅଭିଷେକ ଆନନ୍ଦ ।