23.1 C
Bhubaneswar
Saturday, January 4, 2025
Homeଓଡିଶା୧୪୭ ବିଧାନସଭା ଛାଡନ୍ତୁ ୮୦ ଆସନ ପାଇଁ ମଧ୍ୟ ପ୍ରାର୍ଥୀ ପାଉନାହିଁ ଓଡିଶା ବିଜେପି :...

୧୪୭ ବିଧାନସଭା ଛାଡନ୍ତୁ ୮୦ ଆସନ ପାଇଁ ମଧ୍ୟ ପ୍ରାର୍ଥୀ ପାଉନାହିଁ ଓଡିଶା ବିଜେପି : ବିଜେଡି

ଭୁବନେଶ୍ୱର : ବିଜୁ ଜନତା ଦଳ ପକ୍ଷରୁ ଯାହା କହି ଆସୁଛୁ ତାହା ସତ୍ୟ ବୋଲି ପ୍ରମାଣିତ ହେଉଛି । ଓଡିଶା ବିଜେପି ପାଖରେ ୧୪୭ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଛାଡନ୍ତୁ, ୮୦ ଆସନ ପାଇଁ ମଧ୍ୟ ପ୍ରାର୍ଥୀ ନାହାନ୍ତି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସ୍ୱୟମ ପ୍ରକାଶ ମହାପାତ୍ର । ଶ୍ରୀ ମହାପାତ୍ର ଆଜି ଏଠାରେ ଗଣମାଧ୍ୟମକୁ କହିଛନ୍ତି ଯେ, ଗଣମାଧ୍ୟମ ଆଗରେ ୮୦ ଆସନରେ ଜିତିବାର ସିନା ବାହାସ୍ଫୋଟ ମାରିଛନ୍ତି, ହେଲେ ଅସଲରେ ପ୍ରାର୍ଥୀ ନପାଇବା ଓଡିଶା ବିଜେପି ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଯେଉଁଥିପାଇଁ ସେମାନେ ପ୍ରାର୍ଥୀ ତାଲିକା ଘୋଷଣା କରିପାରୁନାହାନ୍ତି । ପ୍ରଥମେ ଓଡିଶା ବିଜେପିର ପ୍ରାର୍ଥୀ ସନ୍ଧାନକାରୀ ଦଳ ଜିଲ୍ଲାରୁ ଜିଲ୍ଲା ବୁଲିଲେ । ଏମାନେ ପ୍ରାର୍ଥୀ ପାଇବା ତ ଦୂରର କଥା ବରଂ ତୃଣମୂଳ ସ୍ତରରେ ଦଳର ଅତି ଦୂର୍ବଳ ସଂଗଠନ ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ । ଓଡିଶା ବିଜେପିର ସ୍ଥିତି ଏମିତି ହୋଇଛି ଯେ, ସେମାନେ ଯାହାକୁ ଯେଉଁଠୁ ପାରୁଛନ୍ତି ଆଣି ଦଳରେ ସାମିଲ କରାଉଛନ୍ତି । ଯେନତେନ ପ୍ରକାରେ ୧୪୭ ଆସନ ପାଇଁ ତାଲିକା ପୂରଣ କରିବା ଚକ୍କରରେ ଥିବା ଭଳି ସ୍ପଷ୍ଟ ଜଣାପଡୁଛି । ଅନ୍ୟ ଦଳର ବିତାଡିତ ଓ ଜନବିରୋଧୀ ନେତାଙ୍କ ସହ ଅପରାଧିକ କାର୍ଯ୍ୟରେ ଲିପ୍ତ ଥିବା ନେତା ଏବେ ଓଡିଶା ବିଜେପି ପାଇଁ ଏକମାତ୍ର ଆଶା ପାଲଟିଛନ୍ତି । ଠିକ୍ ଯେମିତି ବନ୍ୟାରେ ଭାସି ଯାଉଥିବା ବେଳେ ଜଣେ କୁଟାଖିଅକୁ ବି ଭରସା କରେ । କେବଳ ଏତିକି ନୁହେଁ ସ୍ଥିତି ଏମିତି ହୋଇଛି ଯେ, ଗାଁ ଗହଳିରେ ଦରାଣ୍ଡୁଛନ୍ତି । ବସ୍ ଷ୍ଟାଣ୍ଡ, ରେଳ ଷ୍ଟେସନ୍ ସବୁଠି ଉଣ୍ଡୁଛନ୍ତି । ଯାହାକୁ ଯେଉଁଠୁ ପାରୁଛନ୍ତି, ଦଳରେ ଆଣି ସାମିଲ କରିବାକୁ ଉଦ୍ୟମ କରୁଛନ୍ତି । ଏହା ଦେଖି ସାଢେ ୪ କୋଟି ଓଡିଶାବାସୀ, ଓଡିଶା ବିଜେପି ଉପରେ ହସିବା ଆରମ୍ଭ କଲେଣି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking