19.1 C
Bhubaneswar
Tuesday, November 19, 2024
Homeଓଡିଶାଝଙ୍କଡ଼ବାସିନୀ ମା’ ଶାରଳାଙ୍କ ମନ୍ଦିର ପରିସରରେ ୧୪୪ ଧାରା ଜାରି

ଝଙ୍କଡ଼ବାସିନୀ ମା’ ଶାରଳାଙ୍କ ମନ୍ଦିର ପରିସରରେ ୧୪୪ ଧାରା ଜାରି

ଜଗତସିଂହପୁର: ୫ ଶହ ବର୍ଷ ପୁରୁଣା ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ପୀଠ ଝଙ୍କଡ଼ବାସିନୀ ମା’ ଶାରଳାଙ୍କ ମନ୍ଦିର ପରିସରରେ ଆଜିଠାରୁ ୧୪୪ ଧାରା ଜାରି କରାଯାଇଛି। ଏହା ଆଗାମୀ ୧୪ ତାରିଖ ଯାଏଁ ଲାଗୁ ରହିବ ବୋଲି ଉପ ଜିଲ୍ଲାପାଳ ଧର୍ମେନ୍ଦ୍ର ମଲ୍ଲିକ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଏଠାରେ ମହାଷ୍ଟମୀ ଠାରୁ ମହାଷ୍ଟମୀ ଯାଏଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କର ସମାଗମ ହୋଇଥାଏ। ଏହାକୁ ଆଖିରେ ରଖି ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଇଛି। କରୋନା ମହାମାରୀ ସମୟରେ ଶାରଳାଙ୍କ ମନ୍ଦିରକୁ ନ ଆସିବା ପାଇଁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ଏଣେ ଏହି ମନ୍ଦିରର ରକ୍ଷଣାବେକ୍ଷଣ ପ୍ରତି ଧ୍ୟାନ ଦିଆଯାଉ ନଥିବା ହେତୁ ଅସତନ୍ତାଷ ପ୍ରକାଶ ପାଇଛି। ଚାରି ବର୍ଷରୁ ଊର୍ଦ୍ଧ୍ବ ହେବ ମା’ଙ୍କ ମନ୍ଦିର କିଛି ଅଂଶ ରଙ୍ଗକୁ ସଫା କରାଯାଇ ଅଧାପନ୍ତରିଆ ଅବସ୍ଥାରେ ଛାଡ଼ି ଦିଆଯାଇଛି। ଖରା, ବର୍ଷାରେ ପଥରଗୁଡ଼ିକ ଦୁର୍ବଳ ହେଉଛି, ଯାହାକୁ ନେଇ ମନ୍ଦିର ସେବାୟତମାନେ ପ୍ରଶ୍ନ ଉଠାଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking