29.1 C
Bhubaneswar
Friday, October 18, 2024
Homeଓଡିଶାବ୍ୟବସାୟୀଙ୍କ ଘରୁ ୧୪ ଲକ୍ଷ ଲୁଟିଲେ ଦୁର୍ବୁତ୍ତ

ବ୍ୟବସାୟୀଙ୍କ ଘରୁ ୧୪ ଲକ୍ଷ ଲୁଟିଲେ ଦୁର୍ବୁତ୍ତ

ଝରିଗାଁ : ଝରିଗାଁ ଥାନା ଭାଲୁକନାଡି ଗାଁରେ ବ୍ୟବସାୟୀଙ୍କ ଘରୁ ସଶସ୍ତ୍ର ଲୁଟ୍ ହୋଇଛି। ପ୍ରାୟ ୧୦ ଜଣ ଦୁର୍ବୁତ୍ତ ବ୍ୟବସାୟୀଙ୍କ ଘର ତାଲା ଭାଙ୍ଗି ପଶିବା ସହ ତାଙ୍କୁ ବାନ୍ଧି ଦେଇଥିଲେ। ମାରଣାସ୍ତ୍ର ଦେଖାଇ ନଗଦ ୧୪ ଲକ୍ଷ ଟଙ୍କା ଓ ସୁନା ଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଛି। ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଭାଲୁକାନାଡି ଗାଁରେ ରବିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ବ୍ୟବସାୟୀଙ୍କର ଏକ ତେଜରାତି ଦୋକାନ ଥିବାବେଳେ ପୁଅ,ବୋହୂ ଓ ସ୍ତ୍ରୀ ଉମରକୋଟରେ ରହୁଛନ୍ତି। ଫଳରେ ବ୍ୟବସାୟୀଜଣକ ଭାଲୁକାନାଡି ଗାଁରେ ଏକୁଟିଆ ରହୁଛନ୍ତି। ଏହାର ସୁଯୋଗ ନେଇ ଦୁର୍ବୁତ୍ତମାନେ ଏଭଳି ଚୋରି ଉଦ୍ୟମ କରିଥିବା ଜଣାପଡିଛି। ସେପଟେ ସୁନାଗହଣା ଲୁଟି ନେବା ପରେ ଦୁର୍ବୁତ୍ତମାନେ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛନ୍ତି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking