କଟକ : କଟକର ଏକ ଘରୋଇ କଲେଜରୁ ପୁଣି ୧୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ବୁଧବାର ସମ୍ପୃକ୍ତ କଲେଜରୁ ୧୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହାପରେ ଗୁରୁବାର ୭୧ ଜଣଙ୍କର କରୋନା ଟେଷ୍ଟିଂ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୩ ଜଣ ନୂଆ ସଂକ୍ରମିତ ହୋଇଥିବା କଟକ ମହାନଗର ନିଗମ(ସିଏମ୍ସି)ର ସ୍ୱାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି। ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ଗୋଟିଏ ହଷ୍ଟେଲର ଅନ୍ତେବାସୀ ବୋଲି ଜଣାପଡ଼ିଛି। ଗତକାଲିଠାରୁ ସମ୍ପୃକ୍ତ କଲେଜକୁ ୧୦ ଦିନ ଲାଗି ସିଏମ୍ସି ପକ୍ଷରୁ ବନ୍ଦ ଘୋଷଣା କରାଯାଇଛି।
ବୁଧବାର ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତଙ୍କଠାରେ ଲକ୍ଷଣ ଦେଖାଦେବା ପରେ ଆଣ୍ଟିଜେନ୍ ପରୀକ୍ଷା କରାଯାଇଥିଲା। ସେସବୁର ରିପୋର୍ଟ ପଜିଟିଭ୍ ଆସିଥିଲା। ଏହାପରେ ଗୁରୁବାର ୭୧ ଜଣଙ୍କର କରୋନା ଟେଷ୍ଟିଂ କରାଯାଇଥିଲା ଓ ସେମାନଙ୍କ ମଧ୍ୟରୁ ୧୩ ଜଣଙ୍କର ରିପୋର୍ଟ ପଜିଟିଭ୍ ଆସିଛି। ସୂଚନାଥାଉ କି, ଗତକାଲି କଟକ ମହାନଗର ନିଗମ ଅଞ୍ଚଳରୁ ୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ୧୨ ଜଣ ହୋମ୍ କ୍ୱାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ୧୧ ରହିଛି। ଏନେଇ ସିଏମ୍ସି ପକ୍ଷରୁ ଟ୍ୱିଟ୍ କରାଯାଇ ସୂଚନା ଦିଆଯାଇଛି।