ଟରଣ୍ଟୋ : କାନାଡାର ସବୁଠୁ ବଡ଼ ଟରଣ୍ଟୋ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଏକ ସ୍ପେଶାଲ୍ କଣ୍ଟେନର୍ ଚୋରି ହୋଇଛି । ଏଥିରେ ୧୨୧ କୋଟି ଟଙ୍କାର ସୁନା ଏବଂ ଅନ୍ୟ ମୂଲ୍ୟବାନ ସାମଗ୍ରୀ ରହିଥିଲା । ଏପ୍ରିଲ୍ ୧୭ ତାରିଖ ସନ୍ଧ୍ୟାରେ ପହଞ୍ଚିଥିବା ଏକ କଣ୍ଟେନର୍କୁ ସୁରକ୍ଷିତ ଭାବେ କଣ୍ଟେନର୍ ଫ୍ୟାସିଲିଟିକୁ ସ୍ଥାନାନ୍ତର କରାଯାଇଥିଲା ।
ତେବେ ଏପ୍ରିଲ୍ ୨୦ ପୂରା କାର୍ଗୋଟି ଚୋରି ହୋଇଯାଇଥିବା ଜଣାପଡ଼ିଥିଲା । ଏହା ପରଠାରୁ କାନାଡା ପୁଲିସ ଏହାକୁ ଖୋଜିବାରେ ଲାଗିଛି । ତଦନ୍ତକାରୀ ଅଧିକାରୀ ଏହାକୁ ବିରଳ ମାମଲା କହିଛନ୍ତି । ତଦନ୍ତ ପୂରା ନହେବା ପୂର୍ବରୁ କାର୍ଗୋ କେଉଁ କମ୍ପାନୀର ଏବଂ କେଉଁ ଏୟାରଲାଇନ୍ସ ଏହାକୁ ଆଣିଥିବା ତାହା କହିପାରିବେ ନାହିଁ ବୋଲି ଜଣାଇଛନ୍ତି ।
ବର୍ତ୍ତମାନ ସୁଦ୍ଧା ଏହି ମାମଲା କାହାରିକୁ ଗିରଫ କରାଯାଇପାରି ନାହିଁ । ଏହା ପଛରେ କୌଣସି ବଡ଼ ଗ୍ୟାଙ୍ଗ୍ର ହାତ ଥିବା ପୁଲିସ ସନ୍ଦେହ କରୁଛି । ଏହି ଗ୍ୟାଙ୍ଗ୍ କାନାଡା ଭିତରର କି ନୁହେଁ ତାହା ମଧ୍ୟ ଜଣାପଡ଼ିନି କିମ୍ବା କୌଣସି ବଡ଼ ସୁରକ୍ ମଧ୍ୟ ମିଳିନାହିଁ ।