24.1 C
Bhubaneswar
Wednesday, January 15, 2025
Homeଓଡିଶାବଜେଟ୍‌ ପାଇଁ ୧୨ ହଜାର ଲୋକଙ୍କ ମିଳିଛି ମତ: ମୁଖ୍ୟମନ୍ତ୍ରୀ

ବଜେଟ୍‌ ପାଇଁ ୧୨ ହଜାର ଲୋକଙ୍କ ମିଳିଛି ମତ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ବଜେଟ୍‌ ପାଇଁ ୧୨ ହଜାରରୁ ଅଧିକ ଲୋକଙ୍କ ମତ ମିଳିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି । ପୂର୍ବ ବର୍ଷ ତୁଳନାରେ ଚଳିତବର୍ଷ ୬ ଗୁଣା ଅଧିକ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଲୋକଙ୍କ ଭରଷା ସବୁବେଳେ ରକ୍ଷାକରିବାକୁ ଚେଷ୍ଟା କରିବେ ମୁଖ୍ୟମନ୍ତ୍ରୀ । ତେବେ ଆସନ୍ତା ୨୫ ତାରିଖରେ ଆସିବ ବିଜେପି ସରକାରଙ୍କ ପ୍ରଥମ ବଜେଟ ।

ଜୁଲାଇ ୨୨ରେ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ପରେ ୨୫ ତାରିଖରେ ଉପସ୍ଥାପନ ହେବ ୨୦୨୪-୨୦୨୫ ମସିହା ପାଇଁ ରାଜ୍ୟ ବଜେଟ୍ । ମୋହନ ସରକାରଙ୍କ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ପୂର୍ବରୁ ଆଜି ବସିଥିଲା ପ୍ରାକ୍ ବଜେଟ୍ ପରାମର୍ଶ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏହି ବୈଠକଟି ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ ବର୍ଗର ୮୦ରୁ ଅଧିକ ବିଶେଷଜ୍ଞ ସାମିଲ ହୋଇଥିଲେ । ୨୦୨୪-୨୫ ବଜେଟ୍ ରୂପରେଖ ପ୍ରସ୍ତୁତ ନେଇ ଏହି ବୈଠକରେ ବିସ୍ତୃତ ଆଲୋଚନା ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking