28.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶମୋରମ ଖଣିକୁ ଖସିଲା ବସ୍‌; ୧୨ ମୃତ

ମୋରମ ଖଣିକୁ ଖସିଲା ବସ୍‌; ୧୨ ମୃତ

ରାୟପୁର : ଛତିଶଗଡ଼ ଦୁର୍ଗ ଜିଲ୍ଲା ଖାପ୍ରିରେ ଗତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ଏକ ବସ୍‌ ୪୦ ଫୁଟ ତଳ ମୋରମ ଖଣିକୁ ଖସି ପଡ଼ିବାରୁ ୧୨ ଜଣଙ୍କ ଜୀବନ ଯାଇଛି। ଏହି ଦୁର୍ଘଟଣାରେ ୨୦ରୁ ଅଧିକ ଗୁରୁତର ହୋଇଥିବା ନେଇ ସୂଚନା ମିଳିଛି ।

ଗତକାଲି ରାତି ପ୍ରାୟ ୮ଟା ୩୦ରେ କୁମ୍ଭାରୀ ଥାନା ଅଧୀନ ଖପରୀ ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ଏକ ଘରୋଇ କମ୍ପାନୀର କର୍ମଚାରୀ ନିଜ ସିଫ୍ଟ ସାରି ବସ୍‌ରେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଡ୍ରାଇଭରଜଣକ ଭାରସାମ୍ୟ ହରାଇବାରୁ ବସ୍‌ଟି ମୋରମ ଖଣିକୁ ଖସି ପଡ଼ିଥିଲା।

ଖବର ମିଳିବା କ୍ଷଣି ତୁରନ୍ତ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲକୁ ପଠାଇଥିଲେ । ବିଳମ୍ବିତ ରାତି ପର୍ଯ୍ୟନ୍ତ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି । ଜିଲ୍ଲାପାଳ, ଏସପି ପ୍ରମୁଖ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking