19.1 C
Bhubaneswar
Friday, January 10, 2025
HomeUncategorizedସିଏଏ ହିଂସାକାଣ୍ଡ: ସାରା ଦେଶରେ ଗଡ଼ିଲା 12 ମୁଣ୍ଡ

ସିଏଏ ହିଂସାକାଣ୍ଡ: ସାରା ଦେଶରେ ଗଡ଼ିଲା 12 ମୁଣ୍ଡ

ଲକ୍ଷ୍ନୌ: ସିଏଏକୁ ବିରୋଧ କରି ଏଯାଏ ଓଡ଼ିଶା ବାଦ ଦେଶରେ ମୋଟ ୧୨ ଜଣଙ୍କର ମୃତ୍ୟୁ ଘଟିଲାଣି । ଉତ୍ତରପ୍ରଦେଶର ସ୍ଥିତି ଏବେ ସମ୍ପୂର୍ଣ୍ଣ ଅଣାୟ ଅଛି । ଆନ୍ଦୋଳନକାରୀଙ୍କୁ ଘଉଡ଼ାଇବା ପାଇଁ ପୁଲିସ୍ ଲାଠି, ଟିଅର ଗ୍ୟାସ ଓ ଗୁଳି ମାଡ଼ କରିଥିଲା। ହେଲେ ପୁଲିସ୍ ଗୁଳିରେ କୌଣସି ଆନ୍ଦୋଳନକାରୀ ପ୍ରାଣ ହରାଇ ନଥିବା ଉତ୍ତର ପ୍ରଦେଶ ପୁଲିସ ପକ୍ଷରୁ କୁହାଯାଇଛି।
ଆଜି ଏହାକୁ ବିରୋଧ କରି ବିହାର ବନ୍ଦ କରାଯାଇଛି ।ପାଟନାଠାରୁ ଆରମ୍ଭ କରି ଭାଗଲପୁର, ବେଗୁସରାଇ ଓ ଦରଭଙ୍ଗା ଭଳି ଅଞ୍ଚଳରେ ବନ୍ଦର ପ୍ରଭାବ ଅଧିକ ଦେଖିବାକୁ ମିଳିଛି। ଏଠାରେ ଦୋକାନ ବଜାର ବନ୍ଦ ରହିବା ସହ ଗାଡ଼ି ଚଳାଚଳ ଠପ ହୋଇଯାଇଛି। ଆନ୍ଦୋଳନକାରୀମାନେ ହାତରେ ସିଏଏ ଓ କେନ୍ଦ୍ର ବିରୋଧୀ ପୋଷ୍ଟର ଧରି ବିଭିନ୍ନ ସ୍ଥାନରେ ପିକେଟିଂ କରିଛନ୍ତି।  ଗତକାଲି ଉତ୍ତରପ୍ରଦେଶର ବିଭିନ୍ନ ଅଂଚଳରେ ବିକ୍ଷୋଭକାରୀ ଓ ପୁଲିସକର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା । ଆନ୍ଦୋଳନକାରୀ ପୁଲିସ କର୍ମୀଙ୍କ ଉପରକୁ ଟେକା ପଥର ମାଡ଼ କରିଥିବା ବେଳେ ପୁଲିସ ମଧ୍ୟ ସେମାନଙ୍କ ଉପରକୁ ଟିଅର ଗ୍ୟାସ ଓ ଲାଠି ମାଡ଼ କରିଛି। ଏହାକୁ ନେଇ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିଯୋଗୁ ବିଜନୋରରେ ୨ ଜଣ ଆନ୍ଦୋଳନକାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ସମ୍ବଲ, ଫିରୋଜାବାଦ, ମୀରଟ ଓ କାନୁପରରେ ଜଣେ ଲେଖାଏ ଲୋକଙ୍କ ଜୀବନ ଯାଇଛି। ତେବେ ଡାକ୍ତରଖାନା ତାଲିକାରେ ଗତକାଲି ଗୁଳି ମାଡ଼ରେ ୯ ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଇଛି।
ଆନ୍ଦୋଳନକାରୀଙ୍କ ସହ ସଂଘର୍ଷରେ ୫୦ରୁ ଅଧିକ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ଶୁକ୍ରବାର ପ୍ରାର୍ଥନା ପରେ ୟୁପିର ପ୍ରାୟ ୧୩ଟି ଜିଲ୍ଲାରେ ଲୋକମାନେ ରାଜରାସ୍ତାକୁ ଓହ୍ଲାଇଥିଲେ। ପୁଲିସ୍ ଶୋଭାଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଥିଲେ ହେଁ ଏହାକୁ ଲୋକମାନେ ବେଖାତିର କରିଥିଲେ। ଏଥିପାଇଁ ପୁଲିସ୍ ସେମାନଙ୍କ ଉପରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ସ୍ଥିତିକୁ ଦୃଷ୍ଟିରେ ରଖି ୟୁପିର ପ୍ରମୁଖ ସହରରେ ଆସନ୍ତା ଦୁଇଦିନ ଯାଏ ଇଣ୍ଟରନେଟ ସେବା ରଖାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking