19.1 C
Bhubaneswar
Sunday, November 24, 2024
Homeଦେଶ ବିଦେଶନୂଆବର୍ଷରେ ଚାଷୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଭେଟି, ଖାତାକୁ ଗଲା ପିଏମ କିଷାନ ଯୋଜନାର ଦଶମ କିସ୍ତି

ନୂଆବର୍ଷରେ ଚାଷୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଭେଟି, ଖାତାକୁ ଗଲା ପିଏମ କିଷାନ ଯୋଜନାର ଦଶମ କିସ୍ତି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭେଟି ଦେଇଛନ୍ତି ନବବର୍ଷର ଉପହାର । ପିଏମ କିଷାନ ଯୋଜନାର ଦଶମ କିସ୍ତି ଭେଟି ଦେଇଛନ୍ତି ଚାଷୀ ମାନଙ୍କୁ । ଏହି ଭେଟି ନୂଆବର୍ଷରେ ନେଇ ଆସିଛି ୧୨ କୋଟି ଚାଷୀ ମାନଙ୍କ ପାଇଁ ଖୁସିର ଖବର । ପୂର୍ବରୁ ୨କିସ୍ତିରେ ଚାଷୀଙ୍କୁ ଦିଆସରିଛି ଟଙ୍କା । ଆଜି ଚାଷୀଙ୍କୁ ଦଶମ କିସ୍ତିର ଅର୍ଥ ପ୍ରଦାନ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଆଜି କିଷାନ ମାନଙ୍କ ବ୍ୟାଙ୍କ ଖାତାକୁ କେନ୍ଦ୍ର ସରକାର ୨୦ ହଜାର କୋଟିରୁ ଅଧିକ ଟଙ୍କା ପଠାଇଛନ୍ତି । ଏହି ଯୋଜନା ବ୍ୟତିତ ପ୍ରଧାନମନ୍ତ୍ରୀ ୩୫୧ ଟି କୃଷକ  ସଂଗଠନକୁ ୧୪ କୋଟିରୁ ଅଧିକ ଇକ୍ୱିଟି ଅନୁଦାନ ମଧ୍ୟ ଜାରି କରିଛନ୍ତି । ଏଥିରେ ୧.୨୪ ଲକ୍ଷ କୃଷକ ଲାଭବାନ ହେବେ ବୋଲି କୁହାଯାଇଛି । ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ କୃଷକମାନଙ୍କ ଖାତାକୁ ପ୍ରତିବର୍ଷ କେନ୍ଦ୍ର ସରକାର ୬ହଜାର ଟଙ୍କା ଲେଖାଏଁ ପଠାଉଛନ୍ତି । ଏହି ଟଙ୍କା ବର୍ଷକୁ ତିନିଟି କିସ୍ତିରେ କୃଷକମାନଙ୍କ ଖାତାରେ ଜମା ହୋଇଥାଏ । ସମସ୍ତଙ୍କ ସୁସ୍ଥ ଜୀବନ ପାଇଁ ପ୍ରାର୍ଥନା କରିଛନ୍ତି ମୋଦି । ୨୦୨୨ ଦେଶ ପାଇଁ ସ୍ୱାଧିନତା ସଂଗ୍ରାମୀ ଦେଖିଥିବା ସ୍ୱପ୍ନକୁ ହାସଲ କରିବାକୁ ଆହୁରି ଅଧିକ କଠିନ ପରିଶ୍ରମ କରିବାକୁ ଆହ୍ୱାନ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking