27.1 C
Bhubaneswar
Wednesday, June 26, 2024
Homeଦେଶ ବିଦେଶନାଇଜେରିଆରେ ଡଙ୍ଗା ବୁଡ଼ିଯିବାରୁ ୧୦୩ ମୃତ; ଅନେକ ନିଖୋଜ

ନାଇଜେରିଆରେ ଡଙ୍ଗା ବୁଡ଼ିଯିବାରୁ ୧୦୩ ମୃତ; ଅନେକ ନିଖୋଜ

ଅବୁଜା: ବିବାହ ଅନୁଷ୍ଠାନରୁ ଫେରୁଥିବା ବେଳେ ଉତ୍ତର ନାଇଜେରିଆରେ ଗୋଟାଏ ଡଙ୍ଗା ଦୁର୍ଘଟଣାଗ୍ରସ୍ତ ହେବାରୁ ପିଲାଙ୍କ ସମତେ ଅନ୍ୟୂନ ୧୦୩ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା କଥା ମଙ୍ଗଳବାର ସରକାରୀ ଅଧିକାରୀମାନେ କହିଛନ୍ତି। ପୁଲିସ ମୁଖପାତ୍ର ଓକାସାନ୍‌ମି ଅଜାୟିଙ୍କ କହିବା ଅନୁସାରେ, ରାଜଧାନୀ ଇଲୋରିନ୍‌ଠାରୁ ପ୍ରାୟ ୧୬୦ କିଲୋମିଟର ଦୂର କ୍ବାରା ପ୍ରଦେଶର ପାତେଗି ଜିଲ୍ଲା ଦେଇ ପ୍ରବାହିତ ନାଇଜର୍‌ ନଦୀରେ କ୍ଷମତାଠାରୁ ଅଧିକ ଲୋକ ଯାତ୍ରା କରୁଥିବା ଉକ୍ତ ଡଙ୍ଗାଟି ସୋମବାର ପାହାନ୍ତା ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏବେ ମଧ୍ୟ ସ୍ଥାନୀୟ ଅଧିବାସୀ ଓ ପୁଲିସ ଡଙ୍ଗା ଦୁର୍ଘଟଣାରେ ନିଖୋଜ ହୋଇଯାଇଥିବା ବହୁ ଲୋକଙ୍କୁ ଖୋଜୁଛନ୍ତି। ଏ ପର୍ଯ୍ୟନ୍ତ ୧୦୦ଜଣ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଛି।

ଆଞ୍ଚଳିକ ମୁଖ୍ୟ ଅବ୍ଦୁଲ୍‌ ଗାନା ଲୁକପାଦାଙ୍କ କହିବା ଅନୁସାରେ, ବୁଡ଼ି ଯାଇଥିବା ଅଧିକାଂଶ ହେଉଛନ୍ତି ବାହାଘରରେ ଯୋଗ ଦେବାକୁ କେତେଗୁଡ଼ିଏ ଗ୍ରାମରୁ ଅସିଥିବା ଆତ୍ମୀୟସ୍ବଜନମାନେ। ସେମାନେ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ବିବାହ ଉତ୍ସବରେ ‘ପାର୍ଟି’ କରୁଥିଲେ। ବିବାହସ୍ଥଳକୁ ସେମାନେ ମୋଟର୍‌ସାଇକେଲ୍‌ ଚଢ଼ି ଆସିଥିଲେ। କିନ୍ତୁ, ପ୍ରବଳ ବର୍ଷାଜନିତ ବନ୍ୟାରେ ରାସ୍ତାଘାଟ ବୁଡ଼ିଯିବାରୁ ସେମାନେ ଗୋଟାଏ ଦେଶୀ ଡଙ୍ଗାରେ ଫେରୁଥିଲେ। ଉକ୍ତ ଡଙ୍ଗାରେ ପ୍ରାୟ ୩୦୦ ଜଣ ବ୍ୟକ୍ତି ଥିଲେ। ଡଙ୍ଗାଟି ଭାସି ଯାଉଥିବା ବ‌େଳେ ପାଣି ଭିତରେ ଥିବା ଗୋଟାଏ ବଡ଼ କାଠଗଡ଼ରେ ଧକ୍କା ଖାଇ ଦୁଇ ଫାଳ ହୋଇଯାଇଥିଲା ବୋଲି ସେ କହିଛନ୍ତି।

ସ୍ଥାନୀୟ ବାସିନ୍ଦା ଉସ୍‌ମାନ୍‌ ଇବ୍ରାହିମ୍‌ କହିଛନ୍ତି, ପଡ଼ୋଶୀ ରାଜ୍ୟ ନାଇଜର୍‌ ଅନ୍ତର୍ଗତ ଏଗ୍‌ବୋତି ଗ୍ରାମରେ ଉକ୍ତ ବିବାହ ଅନୁଷ୍ଠାନ ଚାଲିଥିଲା। ରାତି ପ୍ରାୟ ୩ଟା ବେଳେ ଡଙ୍ଗାଟି ଦୁର୍ଘଟଣାଗସ୍ତ ହୋଇଥିଲା। ସ୍ଥାନୀୟ ଗ୍ରାମବାସୀମାନେ ଧାଇଁ ଆସି ପ୍ରଥମେ ପ୍ରାୟ ୫୦ଜଣ ବ୍ୟକ୍ତିଙ୍କୁ ଉଧାର କରିଥିଲେ। ପ୍ରାରମ୍ଭିକ ଉଦ୍ଧାର କାର୍ଯ୍ୟ ଖୁବ୍‌ ମନ୍ଥର ଓ କଷ୍ଟକର ଥିଲା। ମଙ୍ଗଳବାର ଅପରାହ୍ଣରୁ ଆରମ୍ଭ ହୋଇଥିବା ଉଦ୍ଧାର ଅଭିଯାନ ବୁଧବାର ରାତି ପର୍ଯ୍ୟନ୍ତ ଚାଲିବ ବୋଲି ପୁଲିସ ମୁଖପାତ୍ର ଅଜାୟି କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking