23.1 C
Bhubaneswar
Friday, January 10, 2025
Homeଦେଶ ବିଦେଶବେଲାରୁଷରେ ନୋବେଲ୍ ବିଜେତ।।ଙ୍କୁ ୧୦ ବର୍ଷ ଜେଲ୍‌

ବେଲାରୁଷରେ ନୋବେଲ୍ ବିଜେତ।।ଙ୍କୁ ୧୦ ବର୍ଷ ଜେଲ୍‌

ମିନ୍‌ସ୍କ : ବେଲାରୁଷର ଏକ କୋର୍ଟ ଶୁକ୍ରବାର ନୋବେଲ୍ ଶାନ୍ତି ପୁରସ୍କାର ବିଜେତା ଆଲେକ୍ସ ବିୟାଲିଆତ୍ସକିଙ୍କୁ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି । ତାଙ୍କ ବ୍ୟତୀତ ଅନ୍ୟ ତିନି ଜଣ ବ୍ୟକ୍ତିଙ୍କୁ ମଧ୍ୟ ସରକାର ବିରୋଧୀ ଆନ୍ଦୋଳନ ପାଇଁ ଫଣ୍ଡିଂ କରିବା ଅଭିଯୋଗରେ ଦଣ୍ଡାଦେଶ କରାଯାଇଛି । ବେଲାରୁଷ ସରକାର ଏହି ଚାରିଜଣଙ୍କୁ ୨୦୨୦ରେ ହୋଇଥିବା ଆନ୍ଦୋଳନ ପରେ ଗିରଫ କରିଥିଲେ ।

ଏମାନେ ବେଲାରୁଷ ରାଷ୍ଟ୍ରପତି ଭାବେ ଆଲେକ୍‌ଜାଣ୍ଡର ଲୁକାଶେଙ୍କୋଙ୍କୁ ବିରୋଧ କରୁଥିଲେ । ଲୁକାଶେଙ୍କୋ ୧୯୯୪ରୁ ବେଲାରୁଷର ରାଷ୍ଟ୍ରପତି ଅଛନ୍ତି । ଲୁକାଶେଙ୍କୋ ବିରୋଧୀଙ୍କୁ ଦୁର୍ବଳ କରି ବାରମ୍ବାର କ୍ଷମତାକୁ ଆସୁଥିବା ସେମାନେ ଅଭିଯୋଗ କରିଆସୁଛନ୍ତି । ଦେଶ ବାହାରେ ରହୁଥିବା ବିରୋଧୀ ଦଳ ନେତା ସ୍ୱିତଲାନା ଆଲେକ୍ସଙ୍କ ଜେଲ୍ ଦଣ୍ଡାଦେଶକୁ ଲଜ୍ଜାଜନକ ବୋଲି କହିଛନ୍ତି । ସୂଚନାଯୋଗ୍ୟ, ୨୦୨୨ରେ ନୋବେଲ୍ କମିଟି ବିୟାଲିଆତ୍ସକିଙ୍କୁ ଶାନ୍ତି ପୁରସ୍କାରରେ ସମ୍ମାନିତ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking