28.1 C
Bhubaneswar
Monday, September 30, 2024
Homeଦେଶ ବିଦେଶଲାଗିଗଲା ଲଟେରୀ, ୩୦ ବର୍ଷ ଯାଏଁ ପ୍ରତି ମାସରେ ଆକାଉଣ୍ଟକୁ ଆସିବ ୧୦ ଲକ୍ଷ

ଲାଗିଗଲା ଲଟେରୀ, ୩୦ ବର୍ଷ ଯାଏଁ ପ୍ରତି ମାସରେ ଆକାଉଣ୍ଟକୁ ଆସିବ ୧୦ ଲକ୍ଷ

ନୂଆ ଦିଲ୍ଲୀ:କଥାରେ ଅଛି ଭଗବାନ ଯେତେବେଳେ ଦିଅନ୍ତି ଛପର ଫାଡିକରି ଦଅନ୍ତି । ଭଗବାନ କାହାର ଭାଗ୍ୟରେ କଣ ଲେଖିଛନ୍ତି ତାହା କିଏବା କହିବ । ରାତିରେ ଶୋଇଥିବା ବ୍ୟକ୍ତି ସକାଳକୁ ଉଠିଲା ବେଳକୁ ତାର ଭାଗ୍ୟ ମଧ୍ୟ ଚମକି ଯାଇଥିବା , ତାହା ସେ ନିଜେ ମଧ୍ୟ ଜାଣି ନ ଥିବ ।ତେବେ ଲୈାରା ହୋଲ ଙ୍କ ଭାଗ୍ୟ ମଧ୍ୟ ସେମିତି ଜମକି ଯାଇଛି । ଯାହାକୁ ସେ ନିଜେ ମଧ୍ୟ ବିଶ୍ୱାସ କରିପାରି ନାହାନ୍ତି ।ବ୍ରିଟେନ ର ନଟିଂହୋମ ରେ ରହୁଥିବା ଏହି ମହିଳାଙ୍କର ମଜାକ ମଜାକ ରେ ଲଟେରୀ ଲାଗିଯାଇଥିଲା ଯେ ସେ ନିଜେ ମଧ୍ୟ ଏହି କଥା କୁ ବିଶ୍ୱାସ କରି ପାରିଲେ ନାହିଁ ।
୩୦ ବର୍ଷ ଯାଏଁ ପ୍ରତିମାସ ରେ ମିଳିବ ୧୦ ଲକ୍ଷ
ସୂଚନା ଅନୁଯାୟୀ ମହିଳା ଜଣକ ମଜାକ ମଜାକ ରେ ଜାତୀୟ ବା ନ୍ୟାସନାଲ ଲଟେରୀ ର ଟିଟେକ କିଣିଥିଲେ । ତାଙ୍କୁ ଏହା ମଧ୍ୟ ଜଣା ନ ଥିଲା ଯେ ଏହି ଲଟେରୀ ତାଙ୍କ ଭାଗ୍ୟ ଖୋଲିଦେବ । ସେ କେବେବି ଭାବି ନ ଥିଲେ ଯେ ସେ ଏପରି ବମ୍ପର ଏବଂ ଅନନ୍ୟ ଲଟେରୀ ପାଇବାକୁ ଯାଉଛନ୍ତି ।ଏହାପରେ ଦିନେ ଯେତେବେଳେ ମହିଳା ଏହା ଦେଖିଲେ ସେ ଆଶ୍ଚର୍ଯ୍ୟ ହୋଇଗଲେ ଯେ ସେ ଏହି ଲଟେରୀ ଜିତିଛନ୍ତି । ବାସ୍ତବରେ ମହିଳା ଏହି ଲଟେରୀ କୁ ଜିତି ଯାଇଥିଲେ ।ତେଣୁ ଆଗାମୀ ୩୦ ବର୍ଷ ଯାଏଁ କିଛି ନ କରି ମଧ୍ୟ ପ୍ରତି ମାସ ରେ ୧୦ଲକ୍ଷ ଟଙ୍କା ପାଇ ପାରିବେ ।ଯେତେବେଳେ ଲୈାରା ଏହି କଥା ଜାଣିଲେ ପ୍ରଥମେ ସେ ଏହାକୁ ମିଛ ବୋଲି ଭାବିଲେ ।ଏହା ପରେ ଜାତୀୟ ଲଟେରୀ ଲାଇନ ସହ ଯୋଗାଯୋଗ କଲେ । ଫୋନ ରେ କଥା ହୋଇ ସାରିବା ପରେ ସେ ଏହାର ସତ୍ୟାସତ୍ୟ ଜାଣି ପାରିଲେ ।ଲୈାରା ଲଟେରୀ ଜିତି ସାରିିଥିଲେ ବୋଲି ସ୍ପଷ୍ଟ ହୋଇଗଲେ । ଲଟେରୀ ଜିତିବା ନେଇ ପ୍ରଥମେ ଲୈାରା ଙ୍କ ସ୍ୱାମୀ ତାଙ୍କୁ ଜଣାଇଥିଲେ । ଯେତେବେଳେ ଲୈାରାଙ୍କ ବିଜୟ ନିଶ୍ଚିତ ହୋଇଥିଲା , ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ତାଙ୍କ ପାଟିରୁ କୌାଣସି ଶବ୍ଦ ବାହାରୁ ନ ଥିଲା । ନିଜ ଅଭିଜ୍ଞତାକୁ ନେଇ ଲୈାରା କହିଛନ୍ତି କି , ସେ ଏହି ସମ୍ପର୍କରେ ଜାଣିବା ପରେ ଛିଡା ହୋଇ କିଛି ସମୟ ରହିଗଲେ । ଏବେ ସେ ଆଗାମୀ ୩୦ ବର୍ଷ ଯାଏଁ ପ୍ରତି ମାସ ରେ ୧୦ ଲକ୍ଷ ଟଙ୍କା ପାଇବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking