କଲମ୍ବୋ : ଘୋର ଆର୍ôଥକ ନିଅଣ୍ଟିଆ ସ୍ଥିତି ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ସାଧାରଣ ଲୋକଙ୍କ ଜୀବନଯାପନ ଶୈଳୀ ଦିନକୁ ଦିନ ବିପର୍ଯ୍ୟସ୍ତ ହେବାରେ ଲାଗିଛି । ଦେଶରେ ଆବଶ୍ୟକ ପରିମାଣର ବିଜୁଳି ଶକ୍ତି ଉତ୍ପାଦନ ହେଉନଥିବାରୁ ବୁଧବାରଠାରୁ ଦୈନିକ ୧୦ ଘଣ୍ଟା ବିଦ୍ୟୁତ୍ କାଟ କରିବାକୁ ସିଲୋନ୍ ଇଲେକ୍ଟିସିଟି ବୋର୍ଡ ନିଷ୍ପତ୍ତି ନେଇଥିବା ଜଣାପଡିଛି । ଏପରିକି ତାପଜ ବିଦ୍ୟୁତ ପ୍ରକଳ୍ପଗୁଡିକୁ ପର୍ଯ୍ୟାପ୍ତ ପରିମାଣର ଡିଜେଲ ମିଳୁନଥିବାରୁ ଏହା ସମସ୍ୟାକୁ ଦ୍ୱିଗୁଣିତ କରୁଥିବା କୁହାଯାଇଛି । ମଙ୍ଗଳବାର ସୁଦ୍ଧା ବିଦେଶରୁ ୩୭,୫୦୦ ଟନ ଡିଜେଲ ଆସିବ ବୋଲି ଯାହା ଆଶା କରାଯାଉଥିଲା, ତାହା ସମ୍ଭବ ହୋଇପାରିନାହିଁ । ତେଣୁ ମାର୍ଚ୍ଚ ୩୦ ଓ ୩୧, ଏହି ଦୁଇଦିନ ପେଟ୍ରୋଲ ଟାଙ୍କିରେ ଡିଜେଲ ପାଇଁ ଲାଇନ ନ ଲଗାଇବାକୁ ଲୋକଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।