ଯାଜପୁର : ମାର୍ଚ୍ଚ ମାସ ଆର୍ଥିକ ବର୍ଷ ଶେଷ ବର୍ଷ l ସରକାରଙ୍କ ଚଳିତ ବର୍ଷ ପାଇଁ ବଜେଟ ଉପସ୍ଥlବିତ କରିଥାନ୍ତି l ମାର୍ଚ୍ଚମାସ ସମସ୍ତ ଯୋଜନାର ଅର୍ଥ ଶେଷ କରିବା ପାଇଁ ବିଭିନ୍ନ ବିଭାଗରେ ଯୋଜନା ଗୁଡିକୁ ଶେଷ ପାଇଁ ଯୁଦ୍ଧ କାଳୀନ ଭିତ୍ତିରେ କାର୍ଯ୍ୟ କରିଥାନ୍ତ ସରକାରଙ୍କ ମାର୍ଚ୍ଚ ମାସଟି ଗୁରୁତ୍ୱପୂର୍ଣ୍ଣ ସମସ୍ତ ବିଭାଗର ବିଲ ହୋଇ ଟ୍ରେଜେରୀ ମାଧମରେ ବ୍ୟାଙ୍କକୁ ଯାଇଥାଏ l କରୋନା ମହାମାରୀ ଯୋଗୁ ସରକାରଙ୍କ ଯୋଜନା କାର୍ଯ୍ୟ ବିଳମ୍ବ ଘଟିଛି l ଏହି ମାସରେ ବ୍ୟାଙ୍କ 10ଦିନ ଛୁଟି ରହୁଥିବାରୁ ସରକାରୀ ଅର୍ଥ ଖର୍ଚ୍ଚର ବିଲରେ ବାଧକ ସୃଷ୍ଟି ହେବା ଆଶଙ୍କା ରହିଛି l
କେଉଁ-କେଉଁ ଦିନ ଜାଣନ୍ତୁ
ଏହି ମାସରେ ସାଧାରଣତଃ ବ୍ୟାଙ୍କଗୁଡ଼ିକ ସହିତ ଜଡିତ କାମ ଅଧିକ ଥାଏ। କିନ୍ତୁ ଜାଣି ରଖନ୍ତୁ ମାର୍ଚ୍ଚ ମାସରେ ୧୦ ଦିନ ବ୍ୟାଙ୍କ ବନ୍ଦ ରହିବ। ୧୧ ତାରିଖରେ ମହାଶିବରାତ୍ରୀ ପଡ଼ୁଥବାରୁ ଏହି ଦିନ ବ୍ୟାଙ୍କ ବନ୍ଦ ରହିବ। ୧୩ ମାର୍ଚ୍ଚରେ ଦ୍ୱିତୀୟ ଶନିବାର, ୧୪ ତାରିଖ ରବିବାର, ୧୫ ତାରିଖ ସୋମବାରରେ କିଛି ବ୍ୟାଙ୍କ ୟୁନିୟନମାନଙ୍କ ହରତାଳ, ୨୧ ମାର୍ଚ୍ଚରେ ପୁଣି ରବିବାର, ୨୭ ମାର୍ଚ୍ଚରେ ଚତୁର୍ଥ ଶନିବାର, ୨୮ ମାର୍ଚ୍ଚରେ ରବିବାର, ୨୯ ଓ ୩୦ ତାରିଖରେ ହୋଲି ପଡ଼ୁଥିବାରୁ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ ରହି l