17.1 C
Bhubaneswar
Monday, November 25, 2024
Homeଓଡିଶାକଟକରେ ତିଆରି ହେବ ଆଉ ୪ଟି କୋଭିଡ଼ ହସ୍ପିଟାଲ

କଟକରେ ତିଆରି ହେବ ଆଉ ୪ଟି କୋଭିଡ଼ ହସ୍ପିଟାଲ

କଟକ : କରୋନା ସଂକ୍ରମଣର ମାତ୍ରା ଏବେ ହୁହୁ ହୋଇ ବଢିଚାଲିଛି । ଥମିବାର ନାଁ ନେଉନି । ଏହାକୁ ଦୃଷ୍ଟିରେ ରଖି କରୋନା ମୁକାବିଲା ପାଇଁ କଟକ ଜିଲ୍ଲା ପାଇଁ ୧୫ କୋଟି ଟଙ୍କା ରାଜ୍ୟ ମୁଖ୍ୟମନ୍ତ୍ରୀ ମାନ୍ୟବର ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । କଟକର କରୋନା ସ୍ଥିତି ସମୀକ୍ଷା ପରେ କଟକକୁ ସ୍ୱତନ୍ତ୍ର ସହାୟତା ଯୋଗାଇ ଦିଆଯାଇଛି । ଏନେଇ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି ।
ଏହି ସହାୟତା ସହ ଆଉ ୪ଟି କୋଭିଡ଼ ହସ୍ପିଟାଲ ନିର୍ମାଣ କରିବାକୁ ନିଷ୍ପତ୍ତି ନିଆଯାଇଛି । ନିକଟରେ ୩ଟି କୋଭିଡ଼ ଡ଼ାକ୍ତରଖାନା ତିଆରି ହୋଇଥିଲା । ଆଜି ଆଉ ଗୋଟିଏ ତିଆରି ପାଇଁ ନିଷ୍ପତ୍ତି ନିଆଯାଇଛି । ତେବେ ଏହି ନୂଆ କୋଭିଡ଼ ଡ଼ାକ୍ତରଖାନାଟି ବାରବାଟୀ ଷ୍ଟାଡ଼ିୟମ ଅଲମ୍ପିକ ଆସୋସିଏସନ କୋଠାରେ ତିଅ।ରି ହେବ ।
ଆଜି କଟକ ସହରରୁ ଆଉ ୩୨ଟି ପଜିଟିଭ କେସ୍ ଚିହ୍ନଟ ହୋଇଛି । ସେଥିମଧ୍ୟରୁ ୫ଜଣ ସରକାରୀ କ୍ୱାରେଣ୍ଟାଇନ କେନ୍ଦ୍ରରୁ , ୨୧ ଜଣ ହୋମ କ୍ୱାରେଣ୍ଟାଇନ ଓ ଜଣେ ଫେନ କ୍ୱାରେଣ୍ଟାଇନ ଓ ୫ଜଣ ସ୍ଥନୀୟ ମାମଲା ଭାବେ ଚିହ୍ନଟ ହୋଇଛନ୍ତି । ଏଥିସହ ଆଜି ସୁଦ୍ଧା ସିଏମସିରୁ ମୋଟ ୩୯୮ଟି ପଜିଟିଭ କେସ୍ ଚିହ୍ନଟ ହୋଇଥିବା ବେଳେ ୨୨୫ଜଣ ସୁସ୍ଥ ହୋଇଛନ୍ତି । ୮ଜଣ ସଂକ୍ରମିତଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୧୬୫ଜଣ ଏବେ ମଧ୍ୟ ଚିକିତ୍ସିତ ଅବସ୍ଥାରେ ଅଛନ୍ତି ।
କଟକ ଜିଲ୍ଲାରେ ମୋଟ ୧୩୨୭ଟି ପଜିଟିଭ କେସ୍ ଚିହ୍ନଟ ହୋଇଛି । ସେଥିମଧ୍ୟରୁ ୯୪୭ ଜଣ ସୁସ୍ଥ ହୋଇଛନ୍ତି । ୯ଜଣ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି। ଅନ୍ୟ ୩୬୮ ଜଣ ଏବେ ବି ଚିକିତ୍ସିତ ଅଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking