18.1 C
Bhubaneswar
Wednesday, January 8, 2025
Homeଓଡିଶାବିଷାକ୍ତ ଖାଦ୍ୟ ଖାଇ ୧ ମୃତ, ୩ ଗୁରୁତର

ବିଷାକ୍ତ ଖାଦ୍ୟ ଖାଇ ୧ ମୃତ, ୩ ଗୁରୁତର

ଭଞ୍ଜନଗର: ଖାଦ୍ୟ ବିଷାକ୍ତ ହେବା କାରଣରୁ ଗୋଟିଏ ପରିବାରର ୪ ଜଣ ଅସୁସ୍ଥ ହୋଇଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ଜଣକଙ୍କ ମୃତ୍ୟୁ ଘଟିଛି । ଏଭଳି ଘଟଣା ଘଟିଛି ବୁଦୁଲି ଗ୍ରାମରେ । ବେଲଗୁଣ୍ଠା ଥାନା ଅନ୍ତର୍ଗତ ପନ୍ତିଖାରୀ ଗ୍ରାମର ରଶ୍ମିତା ଗୌଡ(୨୮) ନିଜ ଭାଇଘର ଭଞ୍ଜନଗର ଥାନା ଅନ୍ତର୍ଗତ ବୁଦୁଲି ଗ୍ରାମକୁ ୪ ବର୍ଷର ଝିଅ ଭୂମି ଓ ୭ ବର୍ଷର ପୁଅ ସୁବ୍ରତଙ୍କୁ ନେଇ ଆସିଥିଲେ । ଶୁକ୍ରବାର ଭାଇ ରାଜେଶ ଗୌଡଙ୍କ ସହ ମିଶି ରଶ୍ମିତା ଓ ତାଙ୍କ ପୁଅ ଝିଅ ମଧ୍ୟାହ୍ନ ଭୋଜନ କରିଥିଲେ ।

ତେବେ ଭୋଜନ କରିବା ପରେ ଏମାନେ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ । ତେଣୁ ରାଜେଶଙ୍କ ସହ ରଶ୍ମିତା ଓ ତାଙ୍କ ଝିଅ ଭୂମି ଓ ପୁଅ ସୁୁବ୍ରତଙ୍କୁ ତୁରନ୍ତ ମୁଜାଗଡ଼ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଅବସ୍ଥାରେ ସୁଧାର ନଆସିବାରୁ ଏମାନଙ୍କୁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସୁବ୍ରତଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟମାନେ ସୁସ୍ଥ ଅଛନ୍ତି । ତେବେ ଘରର ଅନ୍ୟମାନେ ଏହି ଖାଦ୍ୟ ଖାଇଥିଲେ ମଧ୍ୟ କାହାର କିଛି କ୍ଷତି ହୋଇନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking