31.1 C
Bhubaneswar
Sunday, September 22, 2024
Homeଓଡିଶାନିର୍ବାଚନ ପାଇଁ ଓଡ଼ିଶାରେ ନିୟୋଜିତ ହେବେ ୭୫ କମ୍ପାନୀ ସିଏପିଏଫ୍‌

ନିର୍ବାଚନ ପାଇଁ ଓଡ଼ିଶାରେ ନିୟୋଜିତ ହେବେ ୭୫ କମ୍ପାନୀ ସିଏପିଏଫ୍‌

ଭୁବନେଶ୍ୱର : ଓଡିଶାରେ ମୁକ୍ତ, ନିରପେକ୍ଷ ଏବଂ ଶାନ୍ତିପୂର୍ଣ୍ଣ ଭାବରେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ସୁନିଶ୍ଚିତ କରିବା ପାଇଁ, ନିର୍ବାଚନ ଆୟୋଗ (ଇସିଆଇ) କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଫୋର୍ସର ୭୫ ଟି କମ୍ପାନୀ ଏବଂ ସିଆରପିଏଫ ର ୩୫ କମ୍ପାନୀ ସହିତ ନିୟୋଜିତ କରିଛି । ଏହି କମ୍ପାନୀଗୁଡ଼ିକର ଓଡ଼ିଶା କୋ-ର୍ଡିନେଟର୍‌ ଦାୟିତ୍ୱରେ ଥିବା ସିଆରପିଏଫ ଆଇଜି ଅର୍ଚ୍ଚନା ସିଭାରେ ସୋମବାର ଭୁବନେଶ୍ୱରରେ ଏକ ଖବରଦାତା ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି । ଶିଭରେ ପ୍ରକାଶ କରିଛନ୍ତି ଯେ ଓଡ଼ିଶାରେ ମାଓବାଦୀ ହିଂସା ସମ୍ପୂର୍ଣ୍ଣ ବନ୍ଦ କରାଯିବ । ଫଳରେ ନିର୍ବାଚନ ବେଳେ ଶାନ୍ତ ପରିବେଶରେ ଜନସାଧାରଣ ଭୟମୁକ୍ତ ହୋଇ ମତଦାନ କରିପାରିବେ । ଏଥିପାଇଁ ନିର୍ବାଚନ କମିଶନ ଓଡ଼ିଶା ପାଇଁ ୭୫ କମ୍ପାନୀ ସିଏପିଏଫ୍‌ ଦେଇଛନ୍ତି । ଏଥିମଧ୍ୟରେ ୩୫ କମ୍ପାନୀ ବିଏସ୍‌ଏଫ୍‌, ୩୫ କମ୍ପାନୀ ସିଆର୍‌ପିଏଫ୍‌ ଏବଂ ୫ କମ୍ପାନୀ ସିଆଇଏସ୍‌ଏଫ୍‌ ରହିଛନ୍ତି । ଗତ ମାର୍ଚ୍ଚ ୧ ଏବଂ ୭ରେ ଦୁଇଟି ପର୍ଯ୍ୟାୟରେ ଫୋର୍ସ ମୁତୟନ ହୋଇଛନ୍ତି । ସମ୍ବେଦନଶୀଳ ଏବଂ ଅଧିକ ସମ୍ବେଦନଶୀଳ ଅଞ୍ଚଳକୁ ଦୃଷ୍ଟିରେ ରଖି ଆମେ ରାଜ୍ୟ ପୋଲିସ ସହ ନିୟମିତ ସମନ୍ଵୟ ବୈଠକ କରୁଛୁ । ଲୋକଙ୍କ ମନରୁ ଭୟ ଦୂର କରିବାକୁ ସୁରକ୍ଷା ବଳ ପକ୍ଷରୁ ଫ୍ଲାଗ୍‌ ମାର୍ଚ୍ଚ, ମାଓବାଦୀ ବିରୋଧୀ ଅଭିଯାନ ଆଦି ଜାରି ରହିଛି । ସୀମାରେ ମାଓବାଦୀ ଅନୁପ୍ରବେଶ ଆଶଙ୍କାକୁ ଦୃଷ୍ଟିରେ ରଖି ୨୦୨୩ରୁ ସିଆର୍‌ପିଏଫ୍‌ ୪ଟି ନୂଆ କ୍ୟାମ୍ପ୍‌ ସ୍ଥାପନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking