ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ବାପାତ୍ଲା ଜିଲ୍ଲାରେ ଜଣେ ଯୁବକ ଆକ୍ରୋଶମୂଳକଭାବେ ଜଣେ ୧୦ମ ଶ୍ରେଣୀ ଛାତ୍ରଙ୍କ ଉପରେ ପେଟ୍ରୋଲ ଢାଳି ଜୀଅନ୍ତା ଜାଳି ଦେଇଥିବା ଜଣାପଡିଛି । ଅମରନାଥ ନାମକ ଏହି ୨୧ ବର୍ଷୀୟ ଯୁବକ ଉକ୍ତ ଛାତ୍ରଙ୍କ ଭଉଣିଙ୍କୁ ଏକତରଫା ଭଲ ପାଇବା ସହ ବିଭିନ୍ନ ସମୟରେ ହଇରାଣ କରୁଥିଲା । ପ୍ରେମରେ ଅସଫଳ ହେବାପରେ ଭେଙ୍କଟେଶ୍ୱର ନାମକ ଭାଇ ଉପରେ ପ୍ରତିଶୋଧ ନେଇଥିବା ଜଣାପଡିଛି ।