26.1 C
Bhubaneswar
Tuesday, September 17, 2024
Homeଓଡିଶାମଧ୍ୟପ୍ରଦେଶ ପାଇଁ ଏଡିଆର ରିପୋର୍ଟ; ଅପରାଧି ତାଲିକାରେ ୯୦ ନବନିର୍ବାଚିତ ବିଧାୟକ

ମଧ୍ୟପ୍ରଦେଶ ପାଇଁ ଏଡିଆର ରିପୋର୍ଟ; ଅପରାଧି ତାଲିକାରେ ୯୦ ନବନିର୍ବାଚିତ ବିଧାୟକ

ନୂଆଦିଲ୍ଲୀ: ଡିସେମ୍ବର ୩ରେ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ ଓ ତେଲେଙ୍ଗାନା ବିଧାନସଭା ଏବଂ ୪ରେ ମିଜୋରାମ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି । ତେବେ ମଧ୍ୟପ୍ରଦେଶ ନିର୍ବାଚନକୁ ନେଇ ଏଡିଆର (ଆସୋସିଏସନ ଫର୍ ଡେମୋକ୍ରାଟିକ୍ ରିଫର୍ମସ) ପକ୍ଷରୁ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି । ତଦନୁଯାୟୀ ମଧ୍ୟପ୍ରଦେଶର ମୋଟ ୨୩୦ ନବନିର୍ବାଚିତ ବିଧାୟକଙ୍କ ମଧ୍ୟରୁ ୯୦ ଜଣଙ୍କ ବିରୋଧରେ ଅପରାଧିକ ମାମଲା ବିଚାରାଧୀନ ରହିଛି ।

ଅର୍ଥାତ୍ ୩୯ ପ୍ରତିଶତ ବିଧାୟକ ଅପରାଧୀ ତାଲିକାଭୁକ୍ତ । ସତ୍ୟପାଠରେ ଏହି ବିଧାୟକମାନେ ଅପରାଧିକ ମାମଲାର ସମ୍ମୁଖୀନ ହୋଇଥିବା ସ୍ୱୀକାର କରିଛନ୍ତି । ୯୦ ମଧ୍ୟରୁ ତାଲିକାରେ ବିଜେପିର ସର୍ବାଧିକ ୫୧ ଜଣ ବିଧାୟକ ସାମିଲ ଥିବାବେଳେ କଂଗ୍ରେସର ୩୮ ଓ ଭାରତୀୟ ଆଦିବାସୀ ପାର୍ଟିର ଜଣେ ବିଧାୟକ ଅଛନ୍ତି । ୨୦୧୮ରେ ଅପରାଧି  ବିଧାୟକଙ୍କ ସଂଖ୍ୟା ୯୪ ରହିଥିବା କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking