18.1 C
Bhubaneswar
Friday, December 27, 2024
Homeଓଡିଶାବଜ୍ରକାପ୍ତା ବିକ୍ରିରେ ଫରେଷ୍ଟର ଲିଙ୍କ

ବଜ୍ରକାପ୍ତା ବିକ୍ରିରେ ଫରେଷ୍ଟର ଲିଙ୍କ

ମୟୂରଭଞ୍ଜ: ଶିକାରୀଙ୍କ ନଜର ଶିମିଳିପାଳ ଜାତୀୟ ଉଦ୍ୟାନ ଉପରେ। ଅସୁରକ୍ଷିତ ଏବଂ ଅସହାୟ ଜଙ୍ଗଲୀ ଜୀବଜନ୍ତୁ।ତେବେ ଶିକାରୀଙ୍କ ପଛରେ କିଛି ଅସାଧୁ କର୍ମଚାରୀଙ୍କ ପ୍ରୋତ୍ସାହନ ରହୁଥିବା ସନ୍ଦେହ ସୃଷ୍ଟି କରିଛି।ଆଉ ଏହାର ପ୍ରମାଣ ମଧ୍ୟ ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲାରେ। ବାଡ଼ ଖାଉଛି ଫସଲ ଭଳି ଘଟଣା ଦେଖିବାକୁ ମିଳିଛି।ବଜ୍ରକାପ୍ତା ଡ଼ିଲ ଫରେଷ୍ଟର ଲିଙ୍କରେ ସଂପୃକ୍ତ ରହି ପୋଲିସ ହାତରେ ଧରାପଡିଛନ୍ତି ଜଣେ ଫରେଷ୍ଟର। ଆଉ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ପୋଲିସ ଚଢ଼ାଉ କରି ବଜ୍ରକାପ୍ତା ବେପାରର ପର୍ଦାଫାଶ କରିଛି… ବଜ୍ରକାପ୍ତା ବେପାରରେ ରହିଛି ବନ ବିଭାଗ ଲିଙ୍କ… କୌଣସି ସୂତ୍ରରୁ ଖବରପାଇ କପ୍ତିପଦା ପୋଲିସ ସଦଳବଳେ ବଡ଼ଝାଡ଼ ଅଂଚଳରେ ଚଢ଼ାଉ କରି ବଜ୍ରକାପ୍ତା ବିକ୍ରି ନିମନ୍ତେ ଡ଼ିଲ ଚାଲିଥିବା ସମୟରେ ୬ ଜଣଙ୍କୁ ଅଟକାଇବା ସହିତ ଏକ ଅଖାବୁରା ଭିତରେ ବଜ୍ରକାପ୍ତା ରହିଥିବା ଜାଣିବାକୁ ପାଇଥିଲା..ପୋଲିସ ଉକ୍ତ ବଜ୍ରକାପ୍ତାକୁ ଜବତ କରିବା ସହିତ ୬ ଜଣଙ୍କୁ ଗିରଫ କରିଛି… ଗିରଫ ୬ ଜଣଙ୍କ ମଧ୍ୟରେ ଜଣେ ଫରେଷ୍ଟର ରହିଛନ୍ତି..ଗିରଫ ଫରେଷ୍ଟର ହେଲେ ଅଯୋଧ୍ୟା ବନାଞ୍ଚଳର ଫରେଷ୍ଟର ରାମଚନ୍ଦ୍ର ମାରାଣ୍ଡି… ୫ ଲକ୍ଷ ଟଙ୍କାରେ ବିକ୍ରି ନିମନ୍ତେ ଡ଼ିଲ ଚାଲିଥିବା ବେଳେ ପୋଲିସ ଏହି ଚଢ଼ାଉ କରିଥିଲା..ତେବେ ଅଖାବୁରା ମଧ୍ୟରେ ବଜ୍ରକାପ୍ତାର ସମ୍ପୂର୍ଣ୍ଣ ଖୋଳପା ରହିଥିବା ବେଳେ ବଜ୍ରକାପ୍ତାର ମାଂସ ନାହିଁ..ଜବତ ଖୋଳପାରୁ ବଜ୍ରକାପ୍ତାଟି ୩ ରୁ ଚାରି ବର୍ଷର ହୋଇଥିବା ଅନୁମାନ କରାଯାଉ ଥିବା ବେଳେ ଜବତ ଖୋଳପାର ଓଜନ ୨ କିଲୋ ୧୩୫ ଗ୍ରାମ ହେବ…ପୋଲିସ ଏହି ଘଟଣାକୁ କପ୍ତିପଦା ବନାଞ୍ଚଳକୁ ହସ୍ତାନ୍ତର କରିଛି..ଏହି ବଜ୍ରକାପ୍ତା କେଉଁଠୁ ଆସିଲା ଏବଂ ଗିରଫ ଫରେଷ୍ଟର ନା ଅନ୍ୟ କେଉଁ ବନ କର୍ମଚାରୀ ଏହି ଘଟଣାରେ ଜଡିତ ତାହାର ଖୋଳତାଡ଼ କରୁଛି ପୋଲିସ….ଏହି ଚଢ଼ାଉରେ ପୋଲିସ ୨ ଗୋଟି ବାଇକ ଏବଂ ଗୋଟିଏ ସ୍କୁଟି ଜବତ କରିଛି…ଏହା ସହିତ ଏହି ବଜ୍ରକାପ୍ତାକୁ ଶିକାର କିଏ କରିଛି ତାହାର ଖୋଳତାଡ଼ କରୁଛି ପୋଲିସ…ପୋଲିସ ସମ୍ପୃକ୍ତ ଫରେଷ୍ଟରଙ୍କ ଆଇ କାର୍ଡ ଜବତ କରିବା ସହିତ ୬ ଗୋଟି ମୋବାଇଲ ମଧ୍ୟ ଜବତ କରିଛି…ତେବେ ବନ୍ୟଜନ୍ତୁଙ୍କୁ ସୁରକ୍ଷିତ କରିବା ବଦଳରେ ଶିକାର ବନ୍ୟଜନ୍ତୁ ବେପାରରେ ବନବିଭାଗ କର୍ମଚାରୀ ସାମିଲ ରହିବାନେଇ ଚର୍ଚ୍ଚା ଯେତେ ଜୋର ଧରିଛି ତାଠାରୁ ଅଧିକ ବନବିଭାଗ ପାଇଁ ଲଜ୍ୟାଜନକ ପରିସ୍ଥିତି ସୃଷ୍ଟି କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking