26.1 C
Bhubaneswar
Monday, June 23, 2025
Homeଖେଳନ୍ୟୁଜିଲାଣ୍ଡ କୋଚିଂ ଷ୍ଟାଫ୍‌ରେ ବିକ୍ରମ ରାଠୋର

ନ୍ୟୁଜିଲାଣ୍ଡ କୋଚିଂ ଷ୍ଟାଫ୍‌ରେ ବିକ୍ରମ ରାଠୋର

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ ବ୍ୟାଟିଂ କୋଚ୍ ବିକ୍ରମ ରାଠୋର ଆଫଗାନିସ୍ତାନ ବିପକ୍ଷରେ ଏକମାତ୍ର ଟେଷ୍ଟ ପାଇଁ ନ୍ୟୁଜିଲାଣ୍ଡ କୋଚିଂ ଷ୍ଟାଫ୍‌ରେ ସାମିଲ ହୋଇଛନ୍ତି । ସେପ୍ଟେମ୍ବର ୯ରୁ ଆରମ୍ଭ ହେବାକୁ ଥିବା ଟେଷ୍ଟ୍ ମ୍ୟାଚ୍ ପୂର୍ବରୁ କିୱି ଟିମ୍ ଗ୍ରେଟର ନୋଏଡାରେ ଅଭ୍ୟାସ କରୁଛି । ନ୍ୟୁଜିଲାଣ୍ଡ ବୋର୍ଡ ଶୁକ୍ରବାର ଏହି ସୂଚନା ଦେଇଛି । ଟିମ୍ ଦିନକ ପୂର୍ବେ ନୂଆଦିଲ୍ଲୀରେ ପହଞ୍ଚିଥିଲା । କୁହାଯାଉଛି ସ୍ଥାନୀୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ନ୍ୟୁଜିଲାଣ୍ଡ କ୍ରିକେଟ୍ ବୋର୍ଡ ୫୫ ବର୍ଷୀୟ ପୂର୍ବତନ ଓପ୍ନର୍ ରାଠୋର୍‌ଙ୍କୁ ଟିମ୍ ସହିତ ଯୋଡ଼ିଛି । ଏହା ବ୍ୟତୀତ ପୂର୍ବତନ ଶ୍ରୀଲଙ୍କା ସ୍ପିନର୍ ରଙ୍ଗନା ହେରାଥ୍‌ଙ୍କୁ ଟିମ୍‌ର ସ୍ପିନ୍ ବୋଲିଂ କୋଚ୍ କରାଯାଇଛି । ଅନ୍ୟପକ୍ଷରେ ଆଫଗାନିସ୍ତାନ ଫାଷ୍ଟ ବୋଲର୍ ନଭୀଦ ଜାଦରାନ୍ ଷ୍ଟ୍ରେନ୍ ଇଞ୍ଜୁରୀ କାରଣରୁ ମ୍ୟାଚ୍‌ରୁ ଓହରି ଯାଇଛନ୍ତି । ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡ ଏହି ସୂଚନା ଦେଇଛି । ତେବେ ବୋର୍ଡ ତାଙ୍କ ବଦଳ ଖେଳାଳିଙ୍କ ନାମ ଘୋଷଣା କରିନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking