36.1 C
Bhubaneswar
Sunday, May 19, 2024
Homeସ୍ୱାସ୍ଥ୍ୟଥାଇରଏଡ ସମସ୍ୟା ପାଇଁ ରାମବାଣ ଏହି ଖାଦ୍ୟ

ଥାଇରଏଡ ସମସ୍ୟା ପାଇଁ ରାମବାଣ ଏହି ଖାଦ୍ୟ

ଭୁବନେଶ୍ୱର : ବିଶେଷ କରି ଶୀତ ଦିନରେ ଥାଇରଏଡର ସମସ୍ୟା ଅଧିକ ଦେଖାଦିଏ। ଔଷଧ ସେବନ ମାଧ୍ୟମରେ ଏହାକୁ ନିୟନ୍ତ୍ରଣ କରାଯାଇପାରିବ, ତଥାପି କେତେକ ଖାଦ୍ୟ ଅଛି, ଯାହା ଥାଇରଏଡକୁ ନିୟନ୍ତ୍ରଣ କରିପାରିବ। କଣ ସେହି ସବୁ ଖାଦ୍ୟ, ଜାଣନ୍ତୁ…ଥାଇରଏଡ ରୋଗୀଙ୍କ ପାଇଁ ଧଣିଆ ମଞ୍ଜି ଉପକାରୀ ହୋଇପାରେ। କାରଣ ଏଥିରେ ଭିଟାମିନ୍ ଏ, ସି, କେ ଏବଂ ଫୋଲେଟ୍ ରହିଥାଏ, ଯାହା ଥାଇରଏଡକୁ ସୁସ୍ଥ ରଖିପାରେ। ଗୋଟିଏ ଚାମଚ ଧଣିଆ ମଞ୍ଜିକୁ ରାତିରେ ଏକ ଗ୍ଲାସ ପାଣିରେ ଭିଜାଇ ସକାଳେ ଖାଲି ପେଟରେ ପିଇବା ଦ୍ୱାରା ଥାଇରଏଡ ସମସ୍ୟା ଦୂର ହୋଇପାରେ। ଅଅଁଳା ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପକାରୀ। ଏଥିର ଭିଟାମିନ୍ ସି ଭରପୂର ପରିମାଣରେ ଥାଏ। ଅଅଁଳାରୁ ମିଳୁଥିବା ଉପାଦାନ ଥାଇରଏଡକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ। ଏହାକୁ ଦୈନନ୍ଦିନ ଖାଦ୍ୟରେ ଯୋଗ କରିବା ଫଳରେ ଥାଇରଏଡରେ ପୀଡିତ ଲୋକଙ୍କ ପାଇଁ ଲାଭଦାୟକ ହୋଇପାରେ। ନଡ଼ିଆ ଥାଇରଏଡ୍ ରୋଗୀଙ୍କ ପାଇଁ ନଡ଼ିଆ ଖାଇବା ଲାଭଦାୟକ ହୋଇପାରେ, କାରଣ ଏହା ମେଟାବୋଲିଜିମରେ ଉନ୍ନତି ଆଣି ହଜମ ପ୍ରକ୍ରିୟାକୁ ମଜବୁତ କରିଥାଏ।ସଜନାରେ ପ୍ରୋଟିନ୍, ଆଇରନ୍, କ୍ୟାଲସିୟମ୍, ଭିଟାମିନ୍ ସି ଏବଂ ଭିଟାମିନ୍ ଏ ଥାଏ, ଯାହା ଥାଇରଏଡ୍ ହରମନକୁ ସନ୍ତୁଳନ କରିବାରେ ସାହାଯ୍ୟ କରିଥାଏ। କଖାରୁ ମଞ୍ଜିରେ ଅଧିକ ପରିମାଣରେ ଜିଙ୍କ ରହିଥାଏ। ଜିଙ୍କ ଶରୀରରେ ଥାଇରଏଡ୍ ହରମନର ସନ୍ତୁଳନ ବଜାୟ ରଖେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking