27.1 C
Bhubaneswar
Saturday, December 28, 2024
Homeଦେଶ ବିଦେଶଜ୍ଞାନବାପୀ ମସ୍‌ଜିଦ ମାମଲା; ଅଗଷ୍ଟ ୩ରେ ହାଇକୋର୍ଟ ରାୟ, ସ୍ଥଗିତ ରହିବ ସର୍ଭେ କାର୍ଯ୍ୟ

ଜ୍ଞାନବାପୀ ମସ୍‌ଜିଦ ମାମଲା; ଅଗଷ୍ଟ ୩ରେ ହାଇକୋର୍ଟ ରାୟ, ସ୍ଥଗିତ ରହିବ ସର୍ଭେ କାର୍ଯ୍ୟ

ନୂଆଦିଲ୍ଲୀ : ଜ୍ଞାନବାପୀ ମସ୍‌ଜିଦ ମାମଲାର ଚୂଡାନ୍ତ ରାୟ ଅଗଷ୍ଟ ୩ରେ ପ୍ରକାଶ ପାଇବ ବୋଲି ଆହ୍ଲାବାଦ ହାଇକୋର୍ଟ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି । ରାୟ ପ୍ରକାଶ ପାଇବା ପର୍ଯ୍ୟନ୍ତ ମସ୍‌ଜିଦରେ କରାଯିବାକୁ ଥିବା ସର୍ଭେ କାର୍ଯ୍ୟ ସ୍ଥଗିତ ରଖାଯିବ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି । ସୂଚନାଯୋଗ୍ୟ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ (ଏଏସ୍‌ଆଇ) ପକ୍ଷରୁ ମସ୍‌ଜିଦରେ ସର୍ଭେ କାର୍ଯ୍ୟ କରାଯିବ ବୋଲି ବାରାଣସୀ ଜିଲ୍ଲା ଜଜ୍ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲା । ଏହାର ପ୍ରତିବାଦରେ ମସ୍‌ଜିଦ ପରିଚାଳନା କମିଟି ପକ୍ଷରୁ ଆହ୍ଲାବାଦ ହାଇକୋର୍ଟରେ ଏକ ପିଟିସନ ଦାଏର କରାଯାଇଥିଲା । ଉଭୟ ମସ୍‌ଜିଦ କମିଟି ଏବଂ ହିନ୍ଦୁ ଗୋଷ୍ଠୀଙ୍କ ଯୁକ୍ତି ଶୁଣିବାପରେ ହାଇକୋର୍ଟ ତାଙ୍କର ରାୟ ଅଗଷ୍ଟ ୩କୁ ଧାର୍ଯ୍ୟ କରିଥିବା ଜଣାପଡିଛି ।

ହିନ୍ଦୁ ମନ୍ଦିରକୁ ଭଙ୍ଗାଯାଇ ସେଠାରେ ମସଜିଦ୍ ନିର୍ମାଣ କରାଯାଇଛି ବୋଲି ହିନ୍ଦୁ ଗୋଷ୍ଠୀ ଦାବି କରୁଛନ୍ତି । ପୂର୍ବରୁ ମସ୍‌ଜିଦରେ ଏଏସ୍‌ଆଇ ପକ୍ଷରୁ ସର୍ଭେ କରାଯାଇଥିବାବେଳେ ସେଠାରେ ଶିବଲିଙ୍ଗର ସନ୍ଧାନ ମିଳିଥିଲା ବୋଲି ସେତେବେଳେ ହିନ୍ଦୁ ଗୋଷ୍ଠୀ ଦାବି କରିଥିଲେ । ତେବେ ଏହା ନମାଜପାଠ ସମୟରେ ପାଦ ଧୋଇବା ପାଇଁ ଉଦ୍ଦିଷ୍ଟ ଜଳାଶୟ ଥିଲା ବୋଲି ମସ୍‌ଜିଦ କମିଟି ଯୁକ୍ତି ଦର୍ଶାଇଥିଲା । ଏହା ଶିବଲିଙ୍ଗର ଭ୍ରମ ସୃଷ୍ଟି କରିଥିବା କମିଟି ଦାବି କରିଛି । ଜ୍ଞାନବାପୀ ମସଜିଦ୍ ମାମଲାର ମୁଖ୍ୟ ପିଟିସନ ଏବେମଧ୍ୟ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି । ତେବେ ସର୍ଭେ କାର୍ଯ୍ୟ ଉପରେ ସୁପ୍ରିମକୋର୍ଟ ଲାଗୁ କରିଥିବା କଟକଣାର ମିଆଦ ଜୁଲାଇ ୨୬ରେ ଶେଷ ହୋଇଯାଇଛି । ଶିବଲିଙ୍ଗ ବିବାଦ ଉପୁଜିବାପରେ ପାଞ୍ଚଜଣ ହିନ୍ଦୁ ମହିଳା ଉକ୍ତ ସ୍ଥାନରେ ପୂଜାର୍ଚ୍ଚନା ଅନୁମତି ଲୋଡିବାକୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତେବେ ଏହି ପିଟିସନ ଉପରେ କୌଣସି ଚୂଡାନ୍ତ ରାୟ ପ୍ରକାଶ ପାଇନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking