29.1 C
Bhubaneswar
Friday, October 4, 2024
Homeଖେଳଆର୍ଜେଣ୍ଟିନା ଟିମ୍‌କୁ ଫେରିଲେ ମେସି

ଆର୍ଜେଣ୍ଟିନା ଟିମ୍‌କୁ ଫେରିଲେ ମେସି

ବୁଏନ୍ସ ଆୟରିସ୍ :  ଭେନେଜୁଏଲା ଏବଂ ବଲିଭିଆ ବିପକ୍ଷ ବିଶ୍ୱକପ୍ ମ୍ୟାଚ୍ ପାଇଁ ମହାନ୍ ଫୁଟ୍‌ବଲର୍ ଲିଓନେଲ୍ ମେସି ଆର୍ଜେଣ୍ଟିନା ଟିମ୍‌କୁ ଫେରିଛନ୍ତି । ଗୋଇଠି ଆଘାତରୁ ସୁସ୍ଥହେବା ପରେ ବୁଧବାର ୩୭ ବର୍ଷୀୟ ମେସିଙ୍କୁ ଟିମ୍‌ରେ ସାମିଲ କରାଯାଇଥିବା ଦେଶର ଫୁଟ୍‌ବଲ୍ ସଂଘ କହିଛି । ମେଜର ଲିଗ୍ ସକ୍କର କ୍ଲବ୍ ଇଣ୍ଟର ମିଆମି ପକ୍ଷରୁ ଖେଳୁଥିବା ମେସି ଆହତ କାରଣରୁ ଗତ ଅଗଷ୍ଟରେ ଚିଲି ଏବଂ କଲମ୍ବିଆ ବିପକ୍ଷ ବିଶ୍ୱକପ୍ କ୍ୱାଲିଫାୟର୍ସ ଖେଳିପାରି ନଥିଲେ । କୋପା ଆମେରିକା ଫାଇନାଲ୍ ଅବସରରେ ମେସିଙ୍କୁ ଏହି ଆଘାତ ଲାଗିଥିଲା । ଆର୍ଜେଣ୍ଟିନା ଫାଇନାଲ୍‌ରେ କଲମ୍ବିଆକୁ ୧-୦ ଗୋଲ୍‌ରେ ହରାଇ ରେକର୍ଡ ୧୬ଶ ଥର ପାଇଁ କୋପା ଆମେରିକା ଟାଇଟଲ୍ ଜିତିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking